Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ
ଅପରାଧ

ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ସଂସ୍ଥାରୁ ସୁନା ଠକେଇ ମାମଲା: ଅଭିଯୁକ୍ତ ଶାଖା ପ୍ରବନ୍ଧକଙ୍କୁ ଜେଲ ଦଣ୍ଡାଦେଶ

September 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

ନାଚୁଣୀ (ସୀତାରାମ ଅଗ୍ରୱାଲ): ଏକ ଘରୋଇ ସୁନା ବନ୍ଧକ ଶାଖାରେ ନକଲି ସୁନା ବନ୍ଧକ ରଖି ଜନସାଧାରଣଙ୍କ ଅସଲି ସୁନା ହଡ଼ପ ମାମଲାରେ ଅଭିଯୁକ୍ତ ଥିବା ଉକ୍ତ ଶାଖା ପ୍ରବନ୍ଧକଙ୍କୁ ଆଜି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବାଣପୁର ଜେଏମଏଫସି କୋର୍ଟ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନ୍ନପୁରମ ଗୋଲଡ଼ ଲୋନ ଶାଖା ପ୍ରବନ୍ଧକ ସଚିନ ପ୍ରଧାନ ଗତ ବର୍ଷ ଫେବୃୟାରୀ ୧୯ ତାରିଖରେ ଉକ୍ତ ଶାଖାରେ ବନ୍ଧକ ଥିବା ସୁନା ଜିନିଷ ହଡପ କରି ନକଲି ସୁନା ବନ୍ଧକ ରଖି ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କାଗଜପତ୍ରରେ ସୁନା ଋଣ କରି ଟଙ୍କା ଜାଲିଆତି ଘଟଣାରେ ଗିରଫ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଜେଏମଏଫସି କୋର୍ଟରେ ଜିଆର କେସ ନମ୍ବର ୭୩/୨୨, ଆଇପିସି ଦଫା ୪୦୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୩୪ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଏହାର ବିଚାର ପ୍ରକ୍ରିୟା ଜାରି ରହିଥିଲା। ଅଭିଯୁକ୍ତ ସଚିନ ଗତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଜେଲରେ ରହିଥିବା ବେଳେ ଇତି ମଧ୍ୟରେ ୧୪ ଜଣଙ୍କ ସାଖ୍ୟ ପ୍ରମାଣକୁ ଭିତ୍ତି କରି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଦଫା ୪୦୯ ଓ ୪୭୧ ରେ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଭରିବା ରାୟ ପ୍ରକାଶ କରିଛନ୍ତି। ଏବଂ ଜରିମାନା ଅନାଦେୟ ହେଲେ ଆଉ ଏକ ମାସ
କାରାଦଣ୍ଡ ଦଣ୍ଡାଦେଶ ରହିଛି।

ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି ପରିଚାଳନା କରୁଥିଲେ।

ଜେଏମଏଫସି କୋର୍ଟ ଜେଲ ଦଣ୍ଡାଦେଶ ନାଚୁଣୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026

ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 22, 2026
Latest News

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026

ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.