Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପୁତ୍ର ସନ୍ତାନ ଜନ୍ମ ଦେଲେ ଟିଏମସି ସାଂସଦ ନୁସରତ ଜହାଁ: ଗର୍ଭଧାରଣକୁ ନେଇ ସ୍ୱାମୀ ନିଖିଲଙ୍କର ଥିଲା ଏଭଳି ପ୍ରତିକ୍ରିୟା

କଲିକତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁଙ୍କ ଘରକୁ ଏକ ଛୋଟ ଅତିଥି ଆସିଛନ୍ତି। କିଛି ସମୟ ପୂର୍ବରୁ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଖବର ଅନୁଯାୟୀ ଗତକାଲି ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନୁସରତ ଜହାଁଙ୍କ ଗର୍ଭବତୀ ହେବା ଖବର ପରେ ଅନେକ ବିବାଦ ଦେଖାଦେଇଥିଲା। ଏଭଳି ଖବର ଆସିବା ପରେ ତାଙ୍କ ସ୍ୱାମୀ ନିଖିଲ ଜୈନ ଦାବି କରିଥିଲେ ଯେ, ସେ ତାଙ୍କଠାରୁ ଅଲଗା ରହୁଛନ୍ତି ଏବଂ ଗର୍ଭଧାରଣ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଏହାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ନିଜ ଛୁଆ ଉପରେ ପୁରା ଧ୍ୟାନ ରଖିଥିଲେ। ସେ କୌଣସି ପ୍ରକାରର ବିବୃତ୍ତିରୁ ଦୂରେଇ ରହିଥିବାର ଦେଖାଯାଇଥିଲା। ଆଜି ସେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି।

୨୦୧୯ ମସିହାରେ ତୁର୍କୀରେ ନିଖିଲ ଜୈନଙ୍କ ସହ ନୁସରତଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ରହିନଥିଲା। ବିବାହର କିଛି ମାସ ମଧ୍ୟରେ, ନୁସରତ ଏବଂ ନିଖିଲଙ୍କ ମଧ୍ୟରେ ଅଲଗା ହେବାର ଖବର ଆସିବାକୁ ଲାଗିଲା। ଅନେକ ସମୟରେ ଗୁଜବ ପ୍ରଚାରିତ ହୋଇଥିଲା ଯେ, ନୁସରତଙ୍କ ସହ ଅଭିନେତା ଯଶ ଦାସଗୁପ୍ତଙ୍କ ସମ୍ପର୍କ ରହିଛି। ସେହି ସମୟରେ ଦୁହେଁ ଏକାଠି ରାଜସ୍ଥାନ ଯାତ୍ରା ମଧ୍ୟ କରିଥିଲେ।