Categories
ଆଜିର ଖବର ଜାତୀୟ ଖବର

ଟ୍ରାକ୍ଟର ରାଲିକୁ ମିଳିଲା ମଞ୍ଜୁରୀ: ନିର୍ଦ୍ଧିଷ୍ଟ କେତୋଟି ରୁଟ୍ ପାଇଁ ଚାଷୀ ଏବଂ ପୋଲିସ ମଧ୍ୟରେ ହେଲା ସହମତି

ନୂଆଦିଲ୍ଲୀ: କୃଷକମାନଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ମଞ୍ଜୁରୀ। ଆସନ୍ତା ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ ବୋଲି କୃଷକମାନେ ଅଡି ବସିଥିଲେ। ସେଥିପାଇଁ ଆଜି କୃଷକ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଦିଲ୍ଲୀ ପୋଲିସ ଏନେଇ ସବୁଜ ସଂକେତ ଦେଇଛି। ହେଲେ ଏହା ପୂର୍ବରୁ କୃଷକ ନେତାଙ୍କ ପକ୍ଷରୁ ଏକ ରୁଟ ପ୍ଳାନ ଦିଲ୍ଲୀ ପୋଲିସ ନିକଟକୁ ପଠାଇଛି। ତେବେ ଟ୍ରାକ୍ଟର ରାଲି ପାଇଁ ତିନୋଟି ରୁଟକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ହୋଇଛି।

ସୂଚନା ମୁତାବକ ସିନ୍ଧୁ ସୀମାରୁ ଟ୍ରାକ୍ଟର ପେରେଡ ସଞ୍ଜୟ ଗାନ୍ଧୀ ଟ୍ରାନ୍ଷପୋର୍ଟ, କଞ୍ଝାୱଲା, ବୱାନା, ଔଚନ୍ଦି, ସୀମା ଦେଇ ହରିୟଣା ଯିବ। ଦ୍ଵିତୀୟ ଟ୍ରାକ୍ଟର ପେରେଡ ଟିକିରୀ ସୀମାରୁ ନାଙ୍ଗଲୋଇ, ନଜଫଗଡ, ଝଦୌଡା, ବାଦଲି ରାସ୍ତା ଦେଇ କେଏମପି ଏକ୍ସପ୍ରେସ ଯିବ। ସେହିପରି ତୃତୀୟ ପେରେଡ ଗାଜୀପୁର ଉତ୍ତରପ୍ରଦେଶ ଗେଟରୁ ଅପ୍ସରା ସୀମା ଗାଜିୟାବାଦ ହୋଇ ଡାସନା ୟୁପି ଯିବ। ତେବେ ଟ୍ରାକ୍ଟର ରାଲି ପାଞ୍ଚୋଟି ସ୍ଥାନରୁ ବାହାରିବ ଏବଂ ସେହି ଦିନ ପୁଣି ମୁଖ୍ୟ ସ୍ଥାନକୁ ଫେରିବ। ଏହି ରାଲି ମୋଟ ୧୨୦ କିମି ରୁ ୧୪୦ କିମି ପର୍ଯ୍ୟନ୍ତ ରାସ୍ତାରେ ବୁଲିବ।