Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କରୋନା ମୁକାବିଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ସେ ମାଇକ୍ରୋ ଋଣ ଗ୍ରହୀତାଙ୍କ ସହାୟତା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ ।

ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ ।

ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର କରାଯିବ । ଏହା ଉପରେ ସୁଧ ହାର ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ହାର ଠାରୁ  ଅନ୍ୟୁନ ସର୍ବାଧିକ ୨% କମ୍‍ ରହିବ । ଏହି ଯୋଜନାରେ ନୂତନ ଋଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପୁରୁଣା ଋଣ ପରିଶୋଧ ଉପରେ ନୁହେଁ ।

ଏମଏଫଆଇମାନେ ଆରବିଆଇ ପକ୍ଷରୁ ପୂର୍ବରୁ ଜାରି ନିୟମାବଳୀ ଆଧାରରେ ଋଣ ଆବେଦନକାରୀମାନଙ୍କୁ ଋଣ ଯୋଗାଇଦେବେ। ସେଥିପାଇଁ ଋଣ ଯୋଗାଣକାରୀଙ୍କ ସଂଖ୍ୟ, ଋଣ ଗ୍ରହୀତାମାନେ ଜେଏଲଜିର ଜଣେ ସଦସ୍ୟ ହୋଇଥିବେ, ପାରିବାରିକ ଆୟ ଓ ଋଣ ଉପରେ ସିଲିଂ ଇତ୍ୟାଦି । ଏହି ଯୋଜନାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହା ଯେ ସମସ୍ତ ଋଣ ଆବେଦନକାରୀ ( ୮୯ ଦିନ ପର୍ଯ୍ୟନ୍ତ ଯେଉଁମାନେ ଖିଲାଫକାରୀ ହୋଇଥିବେ ସେମାନଙ୍କୁ ମିଶାଇ) ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଏମଏଲଆଇମାନଙ୍କ ଦ୍ୱାରା ଏମଏଫଆଇ ବା ଏନବିଏଫସି- ଏମଏଫଆଇଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ଋଣ ଉପରେ ଗ୍ୟାରେଣ୍ଟି କଭର ରହିବ କିମ୍ବା ୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମିଳିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ମିଳିବ ତାହା ହିଁ ଗ୍ରହଣୀୟ ହେବ । ଖିଲାଫ ପରିମାଣର ୭୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ରହିବ ଏବଂ ତାହା ୩ ବର୍ଷ ଯାଏ ଜାତୀୟ କ୍ରେଡ଼ିଟ୍‍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ମାଧ୍ୟମରେ ବଳବତ୍ତର ରହିବ ।

ଏହି ଯୋଜନାରେ ଏନସିଜିଟିସି ପକ୍ଷରୁ କୌଣସି ଗ୍ୟାରେଣ୍ଟି ଫି’ ଦାବି କରାଯିବନାହିଁ ।