Categories
ଆଞ୍ଚଳିକ

ଜରାଜୀର୍ଣ୍ଣ ଅବସ୍ଥାରେ ନୂଆଁଗଡ଼ ଶ୍ମଶାନ ଗୃହ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ଗ୍ରାମ ଶ୍ମଶାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ମନୁଷ୍ୟ ଜୀବନର ଶେଷ ସ୍ଥାନ ହେଉଛି ଏହି ଶ୍ମଶାନ। ଏହା ଏ ଭଳି ସ୍ଥିତିରେ ଅଛି ଯିଏ ବି ଦେଖିବ ସେ ନିଶ୍ଚିତ ଭାବରେ ଦୁଃଖ ଅନୁଭବ କରିବ।

ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ହେଲାଣି ଏହି ଶ୍ମଶାନ ଗୃହଟି ନିର୍ମାଣ ହୋଇଥିଲା ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସିମେଣ୍ଟ ଛାଡିବା ସହ କଙ୍କ୍ରିଟ୍ ଭୁଶୁଡ଼ି ଛଡ ବାହାରକୁ ଦେଖା ଗଲାଣି। ସତେ ଯେମିତି ଏହା ପ୍ରତି କାହାର ନିଘା ନାହିଁ। ଜୀବନ ର ଶେଷ ସ୍ଥାନର ଅବସ୍ଥା ଯଦି ଏଭଳି ହେବ ନିଶ୍ଚିତ ଭାବେ ତାହା ଦୁଖଃ ଦାୟକ। ବର୍ଷା ହେଉଥିବା ସମୟରେ ଯଦି କୋଣସି ଲୋକଙ୍କ ପ୍ରାଣ ବାୟୁ ଉଡି ଯାଏ ତାହା ହେଲେ ଶବ ସତ୍କାର କରିବା ଏହି ଶ୍ମଶାନ ରେ କେତେ ଯେ କଷ୍ଟ ଦାୟକ ଜଣେ ଅନୁଭବି ହିଁ ସେ କଥା କହି ପାରିବ।

ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ନୂତନ ଶ୍ମଶାନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି। ସରକାର ଏ ଦିଗରେ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସତେ ଯେମିତି ଏହି ଶ୍ମଶାନ ପାଇଁ କାହାର ନିଘା ନାହିଁ।