Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ଡକ୍ଟର କଳ୍ପନା ଦାଶ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ ଡକ୍ଟର ଦାଶ ଦୀର୍ଘ ପଞ୍ଚତିରିଶରୁ ଉର୍ଦ୍ଧ୍ଵ ବର୍ଷ ମନସ୍ତତ୍ଵ ବିଭାଗରେ କାର୍ଯ୍ୟ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି।

କିଛି ବର୍ଷ ଯୁକ୍ତ ଦୁଇ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି।  ଏଥିସହ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱ ଖୁବ ଦକ୍ଷତାର ସମ୍ପାଦନା କରି ତାଙ୍କ ସଚୋଟତା ଓ ନିଷ୍ଠାପରତା ପ୍ରତିପାଦିତ କରିପାରିଛନ୍ତି।  ଗତକାଲି ସେବାନିବୃତ୍ତ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ଼ କର୍ମଚାରୀମାନଙ୍କ ସମେତ ଅଂଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।