Categories
ବିଶେଷ ଖବର

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, ଆତଙ୍କବାଦ ସମସ୍ୟାକୁ ନେଇ କହିଲେ ଏଭଳି କଥା

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଏକ ଚିଠି ଲେଖି ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶାହାବାଜ ସରିଫଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚିଠି ପଠାଇଥିବା ସୂଚନା ମିଳିଛି।

ସରକାରଙ୍କ ଉଚ୍ଚ ସୂତ୍ରରୁ ପ୍ରକାଶ ଯେ, ଶାହବାଜ ସରିଫଙ୍କ ନିକଟକୁ ପଠାଯାଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଭାରତ ମଧ୍ୟ ଦାରିଦ୍ର୍ୟ ସମେତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବାକୁ ଚାହୁଁଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଶପଥ ଗ୍ରହଣ ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଲାହୋର ଯାଇ ତାଙ୍କୁ ଭେଟିଥିଲେ। ତେବେ ପରବର୍ତ୍ତୀ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ବିଗିଡି ଯାଇଥିଲା। ଶାହାବାଜ ସରିଫ ନୱାଜ ସରିଫଙ୍କ ସାନ ଭାଇ। ବାସ୍ତବରେ ପାକିସ୍ତାନ ମୁସଲିମ ଲିଗ୍ (ଏନ) ନେତା ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଦେଶର ୨୨ ତମ ପ୍ରଧାନମନ୍ତ୍ରୀଙ୍କୁ ଏକ ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ପଦରୁ ହଟାଇ ଦିଆଯାଇଥିଲା। ଅଗଷ୍ଟ ୧୮ ତାରିଖ ୨୦୧୮ ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏପ୍ରିଲ ୧୦ ତାରିଖ ୨୦୨୨ ପର୍ଯ୍ୟନ୍ତ ତାଙ୍କର ୧ ହଜାର ୩୩୨ ଦିନର କାର୍ଯ୍ୟକାଳ ଥିଲା। ଇମ୍ରାନ ଖାନ ତିନି ବର୍ଷ, ସାତ ମାସ ୨୩ ଦିନ ପ୍ରଧାନମନ୍ତ୍ରୀ ଭାବରେ ରହିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନୂଆ ସରକାର ଘୋଷଣା କଲା ତାଲିବାନ, ମୁଲ୍ଲା ହସନ ଅଖୁନ୍ଦ ହେଲ ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଆଫଗାନିସ୍ତାନରେ ନୂତନ ସରକାର ଗଠନ କରାଯାଇଛି। ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ହାସନ ଅଖୁନ୍ଦ। ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ ହେବେ। ଉପ-ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବଦୁଲ ଘାନି ବାରଦରଙ୍କୁ ନିଯୁକ୍ତ କରାଯାଇଛି। ମୁଲ୍ଲା ୟାକୁବ ଆଫଗାନିସ୍ତାନର ନୂତନ ପ୍ରତିରକ୍ଷା ମନ୍ତ୍ରୀ ହେବେ।