Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ଜୁନିଅର କଲେଜରେ ନୂତନ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ବାଗତ ଉତ୍ସବ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ନବାଗତ ମାନଙ୍କୁ ସ୍ଵାଗତ କରି ଅନୁଷ୍ଠାନର ନିୟମ କାନୁନ ସମ୍ପର୍କରେ ଅବଗତ କରାଇଥିଲେ।

ଅଧ୍ୟକ୍ଷ ଶ୍ରୀ ହୋତା ଛାତ୍ରଛାତ୍ରୀ ମାନଙ୍କ ପାଇଁ ମହାବିଦ୍ୟାଳୟ ତରଫରୁ ପ୍ରଚଳିତ ବିଭିନ୍ନ ବ୍ୟବସ୍ଥା ଇ ଲାଇବ୍ରେରୀ, କ୍ୟାରିଅର ପୋର୍ଟାଲ ଆଦି ସୂଚନା ପ୍ରଦାନକରି ଆଗାମୀ ଦୁଇବର୍ଷରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନକରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂହ ବର୍ମା, ସହ ଅଧିକାରୀଣି ଡ଼ ସୁଜାତା ମିଶ୍ର, କାର୍ଯ୍ୟାଳୟ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା,ପଦାର୍ଥ ବିଜ୍ଞାନ ବିଭାଗର ମୂଖ୍ୟ ପ୍ରଦୀପ୍ତ କୁମାର ଦାସ, ଡ଼ ଗୁରୁକିଶୋର ନାୟକ, ସୁବ୍ରତ କୁମାର ତ୍ରିପାଠୀ, ଜୟନ୍ତ
କୁମାର ବିହାରୀ, ଗୌରୀଶଙ୍କର ସୁବୁଦ୍ଧି, ଗୋଲକ କୁମାର ବେହେରା, ବିଭୂତ ଭୂଷଣ ହୋତା, ସ°ଘମିତ୍ରା ଘଟୁଆରୀ, ଅଜୟ ଦାସ ଆଦି ଆଧ୍ୟାପକ ଅଧ୍ୟାପିକା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।

ପରିଶେଷରେ ଜୟନ୍ତୀ ଲାଲ୍ ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ।