Categories
ଆଜିର ଖବର ଜାତୀୟ ଖବର

ନୈନିତାଲରେ ବଡ ସଡକ ଦୁର୍ଘଟଣା, ଘାଟିରେ ଜିପ୍ ଖସି ୭ ମୃତ

ନୂଆଦିଲ୍ଲୀ: ଆଜି ସକାଳେ ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗ୍ରାମ ନିକଟରେ ଏକ ଜିପ ୫୦୦ ମିଟର ଘାଟିରେ ଖସିପଡିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହାର କ୍ଷମତା ଅପେକ୍ଷା ଜିପ୍‌ରେ ଅଧିକ ଲୋକ ଥିଲେ। ଡ୍ରାଇଭର ଜିପ୍ ଉପରେ ନିୟନ୍ତ୍ରଣ ହରାଇଲା ପରେ ଜିପ୍ ଏକ ଗଭୀର ଖାଲରେ ପଡ଼ିଯାଇଥିଲା।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣା ବେଳେ ଗାଡି ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି।