Categories
ଆଜିର ଖବର ରାଜ୍ୟ ଖବର

ରଣପୁର ନିର୍ବାଚନ ମଣ୍ଡଳୀରେ ବାଚସ୍ପତିଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ଲୋଧାଚୁଆ ଠାରେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଶ୍ରୀମତୀ ପାଢ଼ୀ ଜନପ୍ରତିନିଧି ଭାବେ ଲୋକଙ୍କ ପାଖରେ ପହଂଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ର ସମାଧାନ କରୁଛନ୍ତି। ଏହି ଭଳି ସମସ୍ୟା ସମାଧାନ ପାଇଁ ଜନସାଧାରଣ ଖୁସି ପ୍ରକଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲାରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବା ପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଗଣଦୌଡ଼କୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକଙ୍କୁ ପରାମର୍ଶ ଦେଇଥିଲେ।

ଏହି ଉତ୍ସବକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପରିଚାଳନା କରିଥିଲେ। ଏହି ଗଣଦୌଡ଼ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣଦେବ ସମାଦ୍ଦାର, ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦାନ କରିଥିଲେ। ଏହି ଗଣଦୌଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସଂସ୍କୃତି ଭଵନ ଠାରେ ସମାପ୍ତ ହୋଇଥିଲା। ସେଠାରେ ସମସ୍ତ ଅଂଶ ଗ୍ରହଣ କାରିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା।

ନୟାଗଡ଼ ଜିଲ୍ଲାର କ୍ରୀଡାବିତ,ସହରର ବୁଦ୍ଧିଜୀବୀ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ଛାତ୍ର ଏବଂ ସ୍ବେଛାସେବୀ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୟାଗଡ଼ ଜ଼ିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ

ନୟାଗଡ: ରାଜରାଜୁଡା ଅମଳରୁ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା। ଜ଼ିଲ୍ଲାର ୮ଟି ବ୍ଲକରେ ଦଣ୍ଡପର୍ବ ନିମନ୍ତେ ପାଣିତୋଳା ସହ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ମାନସିକଧାରୀ ଦଣ୍ଡୁଆମାନେ ଏକତ୍ର ହୋଇ ବିଭିନ୍ନ ଗ୍ରାମର ପୋଖରୀଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରି ଦଣ୍ଡକାଳୀଙ୍କୁ ଆବାହନ କରିଥିଲେ। ଏହା ପରେ ଠାକୁର ସମଗ୍ର ଗ୍ରାମକୁ ଢୋଲ, ଝାଞ୍ଜ, ମହୁରୀ ବାଦ୍ୟ ଓ ହରିବୋଲ, ହୁଳହୁଳି ତଥା ଶଙ୍ଖଧ୍ୱନିରେ ପରିକ୍ରମା କରିଥିଲା।

ଏହି ଅବସରରେ ଗ୍ରାମର ପ୍ରତ୍ୟେକ ଘର ସାମ୍ନାରେ ପୂର୍ଣ୍ଣକୁମ୍ଭ, ଧୂପ, ଦୀପ ସହିତ ବିଭିନ୍ନ ଭୋଗ ରଖାଯାଇଥିଲା। ଏହି ଦଣ୍ଡଯାତ୍ରା ଆସନ୍ତା ମହାବିଷୁବ ପଣା ସଂକ୍ରାନ୍ତି ଦିନ ମାନସିକଧାରୀ ଦଣ୍ଡୁଆମାନେ ବାର ହାତ ନିଆଁଗାତରେ ଝାମୁ ଚାଲିବା କାର୍ଯ୍ୟକ୍ରମ ସହିତ ଏହାର ପୂର୍ବଦିନ ମେରୁ ପର୍ବରେ ଅଗ୍ନିରେ ଘୋର ତପର ପରୀକ୍ଷା ଦେଇ ପରାକାଷ୍ଠା ଦେଖାଇବେ ଦଣ୍ଡୁଆମାନେ।

ଉଲ୍ଲେଖଯୋଗ୍ୟ, ଚୈତ୍ର ମାସରେ ଦଣ୍ଡଯାତ୍ରା ଏକ ପାରମ୍ପରିକ ଉତ୍ସବ। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସବୁଠାରେ ନିଷ୍ଠା ଓ କାଷ୍ଠାର ପର୍ବ ଭାବେ ଜଣାଶୁଣା ଦଣ୍ଡପର୍ବ ପାଳିତ ହୋଇଥାଏ। ମୀନ ସଂକ୍ରାନ୍ତିଠାରୁ ଆରମ୍ଭ କରି ମହାବିଷୁବ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁରେ ଆମିଷର ବ୍ୟବହାର ଓ ବିକ୍ରି ଉପରେ କଟକଣା ଲାଗୁ କରାଯାଇଥାଏ।

Categories
ଆଞ୍ଚଳିକ

ଚାରିଅଟ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ଉତ୍ସାହମୟ ପରିବେଶରେ ପାଳିତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାକଲମା ଅଞ୍ଚଳରେ ଅବସ୍ଥିତ ଚାରିଅଟ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ଉତ୍ସାହ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ବିଭିନ୍ନ ଗରିମାମୟ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହି ବିଦ୍ୟାଳୟର ଅଭିବୃଦ୍ଧି ଓ ଶିକ୍ଷାର ଉନ୍ନତି ବିଷୟରେ ଅନୁପ୍ରେରଣାମୂଳକ କଥା କହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ, ଯେଉଁମାନେ ଶିକ୍ଷାର ଗୁରୁତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ବିଷୟରେ ଉପସ୍ଥିତ ମାନଙ୍କୁ ଉଦ୍ବୋଧନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀ ଦେଇ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଦର୍ପନାରାୟଣପୁର ଏବଂ ଖତିଆ ସରପଞ୍ଚମାନେ, ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ପାତ୍ର, ସାଧନ କେନ୍ଦ୍ରର ଅଧିକାରୀ ଅଶୋକ କୁମାର ସାମନ୍ତରାୟ, ଟ୍ରଷ୍ଟ ଅଧ୍ୟକ୍ଷା ସୁପ୍ରଭା ପ୍ରଧାନ, ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ କୁମାର ପ୍ରଧାନ, ଏବଂ କାକଲମା ବିଦ୍ୟାଳୟର ଅଧ୍ୟକ୍ଷା ସରୋଜିନୀ ପରିଡା ଉପସ୍ଥିତ ଥିଲେ।

ଉତ୍ସବର ଆରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପୂଜାଅର୍ଚ୍ଚନା ସହିତ ହୋଇଥିଲା। ଅତିଥିମାନେ ଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ ଏବଂ ପୁଷ୍ପ ଅର୍ପଣ କରି ଉତ୍ସବର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ବିଦ୍ୟାଳୟର ସଫଳତା ବିଷୟରେ ଅଭିମତ ଯୋଗାଇଥିଲେ। ଏହି ଉତ୍ସବର ମୂଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ, ସଙ୍ଗୀତ, ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦ ଓ ଉତ୍ସାହରେ ଭରିଦେଇଥିଲା।

ଅନ୍ତେ, ଏହି ବାର୍ଷିକ ଉତ୍ସବରେ ଅନେକ ପ୍ରଶଂସାନୀୟ କାର୍ଯ୍ୟକ୍ରମ ଉପସ୍ଥିତ ମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ବିଦ୍ୟାଳୟର ଏହି ଅଗ୍ରଗତି ଅଗାମୀ ଦିନରେ ଆହୁରି ଉନ୍ନତି କରିବାକୁ ଅତିଥିମାନେ ଆଶା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଣିତ-ବିଜ୍ଞାନ ପ୍ରଦର୍ଶନୀ, ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଗଣିତ-ବିଜ୍ଞାନ ପ୍ରଦର୍ଶନୀ ମେଳା, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶିକ୍ଷବିତ ଲକ୍ଷ୍ମୀଧର ସାହୁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି ଅବସରରେ, ଗଣିତ-ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜର କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଚତୁର୍ଥ ଶ୍ରେଣୀର ସୋମ୍ୟ ରଞ୍ଜନ ରଣା ପ୍ରଥମ ସ୍ଥାନ, ପଞ୍ଚମ ଶ୍ରେଣୀର ସ୍ୱୟଂଶ୍ରୀ ରାଣସିଂହ ଦ୍ୱିତୀୟ ସ୍ଥାନ ଓ ଦ୍ଵିତୀୟ ଶ୍ରେଣୀର ଆୟୁଷ୍ମାନ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକୃତ କରିଥିଲେ।

ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ କାର୍ଯ୍ୟକ୍ରମ ସଫଳ କରିବାରେ ଅହମ୍ ଭୂମିକା ନିବାହନ କରିଥିଲେ।

ଏହି ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ପରିଚାଳନା ସଦସ୍ୟସଦସ୍ୟା, ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁରର ପଞ୍ଚୁ୍ଦୋଳ ଯାତ୍ରା: ଏକ ଧାର୍ମିକ ଉତ୍ସବର ଜାଗରଣ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରେ ଆୟୋଜିତ ହେଉଥିବା ପଞ୍ଚୁ୍ଦୋଳ ଯାତ୍ରା ଦେଶର ଏକ ପ୍ରସିଦ୍ଧ ଧାର୍ମିକ ଉତ୍ସବ ଅଟେ। ଏହି ଉତ୍ସବର ବିଶେଷତା ହେଉଛି, ଏଠି ୧୧୧ ଦୋଳରେ ଶୈବ ଓ ବିଷ୍ଣୁ ଠାକୁରଙ୍କ ଆଗମନ। ଏହି ଅବସରରେ ଶହ ଶହ ଭକ୍ତ ରଣପୁରରେ ଆସି ଠାକୁରଙ୍କ ଦର୍ଶନ କରନ୍ତି ଏବଂ ଆଶୀର୍ବାଦ ଗ୍ରହଣ କର।

ପଞ୍ଚୁ୍ଦୋଳ ଯାତ୍ରା ଦିନରେ ରଣପୁର ଅଞ୍ଚଳର ଜନମେଢ଼ ଓ ଭକ୍ତମାନେ ଅନେକ ପ୍ରସ୍ତୁତି କରନ୍ତି। ଦୋଳଗୁଡ଼ିକୁ ମାଳା ଏବଂ ଫୁଲରେ ସଜାଇ ଠାକୁରଙ୍କ ବିଗ୍ରହକୁ ବିଶେଷ ରୂପରେ ଶୃଙ୍ଗାର କରାଯାଏ। ଏହି ଯାତ୍ରା ଉପଲକ୍ଷେ ରଣପୁରର ବିଭିନ୍ନ ମଠ ଏବଂ ମନ୍ଦିରରୁ ଶୈବ ଓ ବିଷ୍ଣୁ ଠାକୁରଙ୍କ ଦୋଳ ନିର୍ଗମନ କରି ମୁଖ୍ୟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାଏ।

ଏହି ଉତ୍ସବ ଦେଖିବାକୁ ରଣପୁର ଓ ଚାରିପାଖର ଅଞ୍ଚଳରୁ ଲୋକମାନେ ଆସନ୍ତି। ଦିନ ଓ ରାତିରେ ଅନେକ ଭକ୍ତମାନେ ଆସି ମାନସିକ ଏବଂ ଧାର୍ମିକ ସାନ୍ତ୍ୱନା ପ୍ରାପ୍ତି କରନ୍ତି। ଏହି ଯାତ୍ରା ସମୟରେ ମେଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ଯାହା ଉତ୍ସବର ଆକର୍ଷଣକୁ ବୃଦ୍ଧି କରିଥାଏ।

ପ୍ରତି ବର୍ଷ ଏହି ଉତ୍ସବ ଅନୁଷ୍ଠିତ ହୋଇ ଧାର୍ମିକ ଏବଂ ସାଂସ୍କୃତିକ ଏକ ମହାସମାରୋହ ଭାବେ ପରିଣତ ହୋଇଛି। ଏହା ନିଶ୍ଚୟ ଏକ ଦୃଶ୍ୟମାନ ଉତ୍ସବ ଏବଂ ହଜାର ହଜାର ଭକ୍ତଙ୍କ ମନକୁ ଉନ୍ମୁକ୍ତ ଉଲ୍ଲାସରେ ଭରି ଦେଇଥାଏ। ପଞ୍ଚୁ୍ଦୋଳ ଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଅଧ୍ୟାତ୍ମିକତାର ପ୍ରଚାର ଏବଂ ଜନମାନସରେ ଧର୍ମୀୟ ଭାବନାକୁ ଉଦ୍ବୋଧନ କରିବା।

ରଣପୁରର ପଞ୍ଚୁ୍ଦୋଳ ଯାତ୍ରାର ଇତିହାସ ଅନେକ ଶତାବ୍ଦୀ ପୁରୁଣା। ଏହା ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ବିଶ୍ୱାସ ଅଛି। ଏହି ଉତ୍ସବ ଏକ ବିଶେଷ ପରମ୍ପରା ଅନୁସାରେ ଆୟୋଜିତ ହୁଏ, ଯେଉଁଥିରେ ଶିବ ଓ ବିଷ୍ଣୁଙ୍କ ମୂର୍ତ୍ତିଗୁଡ଼ିକୁ ଦୋଳରେ ବିଶେଷ ରୂପେ ସଜାଇ ଶୋଭାଯାତ୍ରା କରାଯାଏ। ଏହି ଦିନରେ ରଣପୁର ଏକ ରଙ୍ଗିନ ରୂପ ଧାରଣ କରେ ଏବଂ ଭକ୍ତମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରି ଅନନ୍ୟ ଆନନ୍ଦ ଅନୁଭବ କର। ଏଥିରେ କୀର୍ତ୍ତନ, ଭଜନ, ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ।

ଏହି ଉତ୍ସବ କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ଏବଂ ସାଂସ୍କୃତିକ ସମାଗମ ଅଟେ। ଏହା ମଧ୍ୟମରେ ଲୋକମାନେ ଏକତ୍ର ହୋଇ ଆପସରେ ପ୍ରେମ, ସମ୍ମାନ ଏବଂ ସଂସ୍କୃତିର ମୂଲ୍ୟବୋଧକୁ ଅନୁଭବ କରନ୍ତି। ଏହି ଉତ୍ସବ ଭାରତୀୟ ସଂସ୍କୃତିର ଏକ ଦୃଢ଼ ପ୍ରତୀକ ଏବଂ ଲୋକମାନଙ୍କ ଏକତାର ସଂଜୀବନୀ ରୂପେ ବିଚାର କରାଯାଏ।

ପଞ୍ଚୁ୍ଦୋଳ ଯାତ୍ରା ରଣପୁରର ଏକ ଗୌରବ ଏବଂ ଏହା ଏଠି ସହସ୍ରାବ୍ଦୀ ପୁରୁଣା ଏକ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହି ଉତ୍ସବ ଅନେକ ଭକ୍ତମାନଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଏବଂ ଏହା ଧର୍ମ, ସଂସ୍କୃତି ଏବଂ ଏକତାର ସନ୍ଦେଶ ବହନ କରିଥାଏ। ଏହାକୁ ଦେଖିବାକୁ ଦେଶ ଓ ବିଦେଶରୁ ଲୋକମାନେ ଆସନ୍ତି, ଯାହା ଏହି ଉତ୍ସବକୁ ଆହୁରି ମହାନ କରିଥାଏ।

ପଞ୍ଚୁ୍ଦୋଳ ଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଭବ୍ୟ ଦୃଶ୍ୟ, ଏକ ଧାର୍ମିକ ଆନନ୍ଦ ଏବଂ ଏକ ସଂସ୍କୃତିର ଉନ୍ମାଦନା।

Categories
ଆଞ୍ଚଳିକ

ରାମଚଣ୍ଡୀ କ୍ରିକେଟ କ୍ଲବ ଦ୍ୱାରା କୋଟଗଡ଼ ପ୍ରିମିୟର ଲିଗ ସେସନ-୨ ଆୟୋଜିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ କୋଟଗଡ଼ ଗୁମ୍ଫା ପଡିଆ ଠାରେ କେ.ପି.ଏଲ.-୨ ପ୍ରିମିୟର ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ମା ରାମଚଣ୍ଡୀ କ୍ରିକେଟ କ୍ଲବ କୋଟଗଡ଼ ଦ୍ୱାରା ଆୟୋଜିତ କରାଯାଇଥିଲା। ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ଏହି ମ୍ୟାଚକୁ ଉଦଘାଟନ କରିଥିଲେ।

ଏହି ମ୍ୟାଚ କ୍ରିଷ୍ଣା ରାଇଜିଂ ଷ୍ଟାର ଓ ଷ୍ଟ୍ରାଇଗର ଇଲେଭନ ମଧ୍ୟରେ ଖେଳାଯାଇଥିଲା। ତପନ ସାହୁ ଓ ସାହିଦ ଆଫ୍ରିଦ ଏମ୍ପେୟାରିଙ୍ଗ କରିଥିଲେ। ୨ ଉଇକେଟରେ ଷ୍ଟ୍ରାଇଗର ଇଲେଭନ ଦଳ କ୍ରିଷ୍ଣା ରାଇଜିଂ ଷ୍ଟାରକୁ ପରାଜିତ ବିଜୟ ଲାଭ କରିଛନ୍ତି। ସୁମନ୍ତ, ମଣ୍ଟୁ, ପିଣ୍ଟୁ, କାହ୍ନା, ବାବୁ, କୃଷ୍ଣ, ରାକେଶ, ସୁବାଷ, ଚିକୁ ପ୍ରମୁଖ ଏହି ମ୍ୟାଚକୁ ଆୟୋଜନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୀଳମାଧବ ପୀଠକୁ ଆସିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ଓଡ଼ିଶା ଗ୍ରସ୍ତକ୍ରମରେ ଜଗନ୍ନାଥଙ୍କ ଆଦିପୀଠ ତଥା ନୟାଗଡ଼ ଜିଲ୍ଲାର ପ୍ରମୁଖ ଧାର୍ମିକ ପର୍ଯଟନସ୍ଥଳ ନୀଳମାଧବ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ କଣ୍ଟିଲୋ ଆଗମନର ପ୍ରାକ୍ ସୂଚନା ମିଳିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନର ପଦସ୍ଥ କର୍ମଚାରୀମାନେ କଣ୍ଟିଲୋ ପରିଦର୍ଶନ ଆସି ପ୍ରଥମେ କଣ୍ଟିଲୋ ପୂର୍ଭ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପରେ କଣ୍ଟିଲୋ ସ୍ଥିତ ଐତିହାସିକ ପଲଟନ ପଡିଆ ତଥା ମିନି ଷ୍ଟାଡିଅମକୁ ଯାଇ ବର୍ତ୍ତମାନ ସ୍ଥିତି ସମୀକ୍ଷା କରିଥିଲେ।

ଏହାପରେ ନୀଳମାଧବ ମନ୍ଦିର ଉପରକୁ ଯିବା ସଙ୍ଗେ ସଙ୍ଗେ ଉତ୍ତର ଦ୍ବାରଠାରେ ପ୍ରତିଷ୍ଠିତ ମ୍ୟୁଜିୟମର ସ୍ଥିତି ପରୀକ୍ଷା କରିଥିଲେ ପରିଦର୍ଶନ ସମୟରେ ମନ୍ଦିର ପଶ୍ଚିମ ଦ୍ବାରରେ ନିର୍ମାଣଧୀନ ଲିଫ୍ଟ ଅନୁଧ୍ୟାନ କରିଥିଲେ ଓ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ସଂସ୍କୃତିର ମୂଳ ଉତ୍ସ ନିକଟସ୍ଥ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ବାସ କରିଥିବା ପୁରାତନ ସ୍ମୃତି ଛାଡି ଯାଇଥିବା ବିଶ୍ଵାବସୁ ଓ ଲଳିତାଙ୍କ ଜନ୍ମ ମାଟି ପରିଦର୍ଶନ କରିବା ପାଇଁ ବ୍ୟବସ୍ଥା ଥିବାରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଏସପି ଏସ.ସୁଶ୍ରୀ କାଳିଆପଲ୍ଲୀ ପରିଦର୍ଶନ କରି ଲଳିତ ମାଧବଙ୍କୁ ଦର୍ଶନ କରିଥିଲେ।

ଏହି ଅବସରରେ ବିଜେପି ରାଜ୍ୟ ଯୁବ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ରହି ନୀଳାମାଧବ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ସଂଜୀବ ବେହେରା, ସ‌ହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ରାଧାଶ୍ୟାମ କାଲୋ, ସହକାରୀ ଯନ୍ତ୍ରୀ ଇଂ.ପ୍ରାଣକୃଷ୍ଣ ମହାପାତ୍ର, ଜଳସମ୍ପଦ ବିଭାଗ ଅଧୂକ୍ଷଣ ଯନ୍ତ୍ରୀ ଇଂ.ପ୍ରିତମ ଚେତନ ପୋଥାଳ, କଣ୍ଟିଲୋ ସହକାରୀ ଯନ୍ତ୍ରୀ ଇଂ.ରାମ ମୋହନ ବେହେରା, ଖଣ୍ଡପଡା ଉପଖଣ୍ଡ ପୁଲିସ ଅଧିକାରୀ ମଦନ ମୋହନ ପ୍ରଧାନ, ତହସିଲଦାର ବିଶ୍ଵ ବିସ୍ତୃତ ତ୍ରିପାଠୀ ଓ ବିଡ଼ିଓ ଅଙ୍କୁର ଅଭିଳାଷଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ରୂପାନ୍ତର ହେବ କରବର ପ୍ରାଥମିକ ବିଦ୍ୟାଳୟ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ଵର: କରବର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ପରିଣତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହର ଦ୍ବିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଏକ ଆହୁରି କହିଲେ ଯେ, ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ପ୍ରତିଷ୍ଠାତାଙ୍କ ଭୂମିକାକୁ ସ୍ମରଣ କରି ନୂତନ ପିଢ଼ି ଓ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନକୁ ଆଗେଇ ନେବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ଏ ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ନୟାଗଡ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏଣିକି ତ୍ବରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,ହାସ୍ୟ ଅଭିନେତା ବ୍ରଜ ସୁବୁଦ୍ଧି, ସିନେ ତାରକା ଶୁଭଶ୍ରୀ ସାହୁ, ଅଭିନେତା ଦୋରା ଖୁଣ୍ଟିଆ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ଭୋଳ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ବନ୍ଦନା ସାସମଲ ମଞ୍ଚ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦଶପଲ୍ଲାରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଗୋବିନ୍ଦ ଭବନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ’ ଶୀର୍ଷକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ସରକାର ଲୋକଙ୍କ ସରକାର, ଜନତାଙ୍କର ଆର୍ଥିକ, ସାମାଜିକ ଓ ପ୍ରୟୋଗାତ୍ମକ ବିକାଶକୁ ଦୃଷ୍ଟିରେ ରଖି ସର୍ବଦା କାର୍ଯ୍ୟ କରିଆସିଛି। ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ଓ ରାଜ୍ୟ ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ବିକାଶକୁ ବିଶେଷ ଧ୍ୟାନଦେଇ ଆଗତ କରାଯାଇଛି।

ଏହା ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା। ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ ତଥା ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ 

ନୟାଗଡ଼: ନୟାଗଡ଼ ଜିଲା ପରିଷଦର ନବମ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲାପାଳ ଅକ୍ଷୟ ସୁନୀଲ ପରିଷଦ ଅଗ୍ରୱାଲ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ଶିକ୍ଷା,ସ୍ବାସ୍ଥ୍ୟ,ପୂର୍ତ୍ତ,ଆରଡ଼ବ୍ଲ୍ୟୁଏସ୍ଏସ୍,ଜଳସେଚନ,ଉଠାଜଳ ସେଚନ,କ୍ଷୁଦ୍ରଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ଜଳ ବିଭାଜିକା,କୃଷି, ଉଦ୍ୟାନ କୃଷି ଏବଂ ଜଙ୍ଗଲ ବିଭାଗ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ: ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଜିଲ୍ଲାସ୍ତରୀୟ ପାଠଚକ୍ର

ନୟାଗଡ: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ: “ବିଦ୍ୟାଳୟ ଶିକ୍ଷାର ଆତ୍ମା” ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହି ପାଠଚକ୍ରର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା, ଶିଶୁମାନଙ୍କ ଭାଷା ଏବଂ ଗଣିତ ଦକ୍ଷତା ବିକାଶ କରିବା ଏବଂ ସ୍କୁଳ ଶିକ୍ଷାର ଭିତି ସୁଦୃଢ଼ କରିବା।

ଏହି ପାଠଚକ୍ରରେ ରାଜସୁନାଖଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସେଠ, ପିରାମଲ ଫାଉଣ୍ଡେସନର ସଦସ୍ୟ ଅମନ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ବିଜ୍ଞାନରେ ସଂଯୋଜିକା କ୍ରିଷ୍ଣା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଶିକ୍ଷକ ମାନସ ରଂଜନ ପଟ୍ଟନାୟକ ଶୋଳ୍କ ପାଠ କରିଥିଲେ।

ଶିକ୍ଷକ ପ୍ରଶିକ୍ଷକ ବାଟକୃଷ୍ଣ ସାହୁ, ମାନସ ରଂଜନ ସାହୁ, ଦୀପକ କୁମାର ପ୍ରଧାନ, ପ୍ରତାପ କୁମାର ମହାପାତ୍ର, ଅନନ୍ଦିତା ପ୍ରିୟଦର୍ଶିନୀ ପ୍ରମୁଖ ପାଠଚକ୍ର ଉପରେ ଆଲୋଚନା କରିଥିଲେ। ବିଭିନ୍ନ ବ୍ଲକର ସାଧନ କେନ୍ଦ୍ର ସଂଯୋଜକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ, ବିଭିନ୍ନ ବକ୍ତା ଶିକ୍ଷାର ମୂଲ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହୃତ ନୂତନ ପଦ୍ଧତି, ନୀତି ଏବଂ ଅନୁଷ୍ଠାନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ। ଏହାସହ ଶିକ୍ଷକମାନଙ୍କୁ ନୂତନ ଶିକ୍ଷଣ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦିଆଗଲା।

ପାଠଚକ୍ର ଶେଷରେ ଉପସ୍ଥିତ ଅତିଥିମାନେ ଏହି ପ୍ରୟାସକୁ ସ୍ୱାଗତ କରି ଏବଂ ଭବିଷ୍ୟତ୍ ରେ ଏହାକୁ ଅଧିକ ପ୍ରସାରିତ କରିବା ପାଇଁ ଉତ୍ସାହିତ କଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି।  ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାର ସମ୍ମାନରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ମାଧ୍ୟମରେ ସେମାନେ ନିଜ ଭାଷାର ସଂସ୍କୃତିକ ଧାରାବାହିକତାକୁ ପ୍ରଦର୍ଶନ କରିଥିଲେ।

ଶିକ୍ଷକମାନେ ମାତୃଭାଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷାର ସୁରକ୍ଷା ଓ ସମ୍ବର୍ଦ୍ଧନ ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ନରସିଂହପୁର କ୍ଲଷ୍ଟର, ଖଇରପଲ୍ଲୀ କ୍ଲଷ୍ଟର, ଗୌରାଙ୍ଗପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, କାଶନ୍ଦା କ୍ଲଷ୍ଟର ସମେତ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଯୋଗ ଦେଲେ ନୂତନ ଶିକ୍ଷା ଅଧିକାରୀ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପିଣ୍ଟୁ କୁମାର ପ୍ରଧାନ ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ବଦଳି ହୋଇଥିବା ଜଣାପଡିଛି।

ରଣପୁର ବ୍ଲକରେ ଯୋଗ ଦେଇଥିବା ନୂତନ ବ୍ଲକ ଶିକ୍ଷା ଅଧିକାରୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଜି ଶିକ୍ଷକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମୟରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ନୂତନ ପେନସନ ଶିକ୍ଷକ ସଙ୍ଘ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା, ରଣପୁର ସର୍କଲ ସଭାପତି ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ପବିତ୍ର ମୋହନ ସାମନ୍ତରାୟ, ରମାକାନ୍ତ ସାହୁ, ଅଶୋକ କୁମାର ବେହେରା, ରାମଚନ୍ଦ୍ର ବେହେରାଙ୍କ ସହିତ ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ।

ସେହିପରି ବ୍ଲକର ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ଦ୍ୱାରା ମଧ୍ୟ ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଯାଇଛି। ବ୍ଲକରେ କାର୍ଯ୍ୟ କରୁଥିବା ପ୍ରଥମ ଓଡିଶା ଫାଉଣ୍ଡେସନର କର୍ମକର୍ତ୍ତାମାନେ ନୂତନ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଇଛନ୍ତି। ନୂତନ ଶିକ୍ଷା ଅଧିକାରୀ ସମସ୍ତ ପ୍ରକାର ସୁବିଧା ଅସୁବିଧା ସିଧା ସଳଖ ତାଙ୍କୁ ଜଣାଇବା ପାଇଁ ମତ ଦେଇଛନ୍ତି। ଶିକ୍ଷକଶିକ୍ଷୟତ୍ରୀମାନେ ନିଜର କର୍ତ୍ତବ୍ୟ ମଧ୍ୟ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ନୟାଗଡ଼ ଜ଼ିଲ୍ଲାର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ନୂଆଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ, ବେରୁଆବାରି, ବାହାଡ଼ାଝୋଲା ଓ ହରିପୁର ପ୍ରଭୃତି ଧାନମଣ୍ଡିକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଧାନମଣ୍ଡି ପରିଦର୍ଶନ ସମୟରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପସ୍ଥିତ ଚାଷୀମାନେ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ।

ମୋହନ ଚରଣ ମାଝୀ ସରକାର ଓଡ଼ିଶାରେ ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯେଉଁମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ଯେଉଁଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ନୟାଗଡ଼ ଜିଲ୍ଲା ଧାନମଣ୍ଡି ପରିଦର୍ଶନ ସମୟରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଧାନମଣ୍ଡିମାନଙ୍କରେ ଚାଷୀମାନଙ୍କ ବିଶ୍ରାମ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା, ପିଇବା ପାଣିର ବ୍ୟବସ୍ଥା ନଥିବା, ଶୌଚ ହେବା ପାଇଁ ପାଇଖାନା ନଥିବା ଦେଖିବାକୁ ମିଳିଥିଲା। ଧାନକୁ ସୁରକ୍ଷିତ ରଖିବା ପାଇଁ ପଲିଥିନର ବ୍ୟବସ୍ଥା ନଥିବାର ରାଜ୍ୟ ସଭାପତି ଶ୍ରୀ ସାହୁ ପରିଦର୍ଶନ ସମୟରେ ଦେଖିବାକୁ ପାଇଥିଲେ।

ରାଇସ୍ ମିଲ୍‌କୁ ଧାନ ନେଦେବାକୁ ଧାନମଣ୍ଡି ଅଧିକାରୀମାନେ ଚାଷୀମାନଙ୍କୁ ବାଧ୍ୟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଧାନମଣ୍ଡିରେ ଧାନ ଦେବାକୁ ଚାଷୀ ଅପେକ୍ଷା କରି ରହିଥିଲେ ସୁଦ୍ଧା ଚାଷୀମାନଙ୍କଠାରୁ ଧାନ ନିଆଯାଉନଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀମାନଙ୍କୁ ବସ୍ତା ଦିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଧାନର ମାନ ପରୀକ୍ଷା କରାନଯାଇ କଟୁନିଛଟନି କରାଯାଉଥିବା ଚାଷୀମାନେ ରାଜ୍ୟ ସଭାପତି ଶ୍ରୀ ସାହୁଙ୍କୁ ଅଭିଯୋଗ କରିଥିଲେ।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧ ଦଳ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଜିଲ୍ଲାର ଧାନ କିଣା କାରବାର ଓ ଧାନମଣ୍ଡି ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଏହାର ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ବାଇଁ, ରାଜ୍ୟ ସଂଯୋଜକ ଡ.ଜଗନ୍ନାଥ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀନିବାସ ପ୍ରଧାନ,ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଟାମାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୋକାନକୁ ପିଟିଲା ଇନୋଭା କାର୍, ୨ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ବଜାରରେ ବଡ଼ ଧରଣର କାର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ ଘଟିଛି। ଇଟାମାଟି ବଜାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା ଇନୋଭା କାର୍। ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପଥଚାରୀ ଦ୍ବାରିକାପ୍ରସାଦ ଏବଂ କାର୍ ପଛରେ ବସିଥିବା ବୋଲଗଡ ଥାନା ସାଗୁରୁଗାଁ ଗ୍ରାମର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ରହିଛି। ଦୃତଗତି ଯୋଗୁ ବୁଲାଣି କାଟିନପାରିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ।

ନୟାଗଡ ପଟୁ ନିଜ କାରରେ ସୂର୍ଯ୍ୟକାନ୍ତ ଗାଁକୁ ଫେରୁଥିଲେ। ଇଟାମାଟି ବଜାରରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥ‌ିବା ଦ୍ବାରିକାନାଥଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇଥିଲା। ଦ୍ବାରିକାନାଥ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ସ୍ଥାନୀୟ ଏକ କବାଡିଆ ଗୋଦାମରେ ଗାଡି ଲଗାଇ ଚା ପିଇବା ପାଇଁ ବଜାରକୁ ଆସିଥିଲେ। କାର୍ ଡ୍ରାଇଭର୍ ଭୂବନାନନ୍ଦ ପ୍ରଧାନ ଦୁର୍ଘଟଣା ପରେ ଘଟଣା ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ସ୍ଥାନୀୟଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନୟାଗଡ଼ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଇଟାମାଟି ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଉଦଯାପିତ ଯାଇଛି। ଏହାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ରାଇପଡା ସରପଞ୍ଚ ବାସନ୍ତୀ ଦେଇ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପଞ୍ଚ ସଖା ସେତୁର ଉପସଭାପତି ପ୍ରଫୁଲ କୁମାର ଦାଶ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, ପ୍ରଥମ ଓଡିଶା ଫାଉଣ୍ଡେସନର କାଞ୍ଚନ ଲେଙ୍କା, ଶକୁନ୍ତଳା ମାହଲ, ଶର୍ମିଲା ସାମଲ, ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, କେରଣ୍ଡାଟାଙ୍ଗୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ସୁନ୍ଦର ଓ ଉନ୍ନତମାନର ଥିଲା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ବହି, ପେନସିଲ, ସ୍କେଲ, ରବର, ଖାତା ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭାପତି, ସଦସ୍ୟ ସଦସ୍ୟା ଓ ଅର୍ଜୁନପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମା’ ଅସୁରକୁମାରୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ

ରଣପୁର: ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ରଣପୁର ବ୍ଲକ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀଙ୍କ ପୀଠ ଅନ୍ୟତମ। ଏହି ସ୍ଥାନର ବଣ ଜଙ୍ଗଲ ଭରପୁର ପ୍ରାକୃତିକ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଶବ୍ଦ ପର୍ଯ୍ୟଟକମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।  ଏହି ସ୍ଥାନରେ ବର୍ଷତମାମ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ।

ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଓ ସତ୍ୟଧର୍ମ ନୀତି ସଂସ୍ଥାପନ ଉଦ୍ଦେଶ୍ୟରେ ଏହି ପୀଠରେ ଚଳିତ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ବିଶ୍ଵଶାନ୍ତି ଗୀତ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ମା’ ଅସୁରକୁମାରୀ ଚାରିଟେବ୍ଲ ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବୃୟାରୀ ୨ ତାରିଖରେ ଅଙ୍କୁରପୋଣ ହୋଇଥିଲା ବେଳେ ଫେବୃୟାରୀ ୪ ତାରିଖରେ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭଗବତ ସଂକୀର୍ତ୍ତନର କାର୍ଯ୍ୟକ୍ରମ ରହିଥିଲା।

ସେହିପରି ଫେବୃୟାରୀ ୫ ତାରିଖରେ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ବେଳେ ଫେବୃୟାରୀ ୬ ତାରିଖରେ ସୂର୍ଯ୍ୟପୂଜା, ପୂର୍ଣ୍ଣାହୁତି, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟସୂଚୀ ରହିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏଥିରେ ଆଚାର୍ଯ୍ୟ ଭାବେ ଗୋପୀନାଥ ଦାସ ଯଜ୍ଞ କାର୍ଯ୍ୟ କରୁଥିବା ବେଳେ ବଜ୍ରକୋଟ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ବୈଷ୍ଣୋ ଦେବୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି। ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନୟାଗଡ଼ରୁ ଶରଣକୁଳ ଯିବା ପୂର୍ବରୁ ସୋଲପଟା ଛକର ଡାହାଣ ପାର୍ଶ୍ବରେ ମଗରବନ୍ଧ ପଞ୍ଚାୟତର ଫାଶୀପଲ୍ଲୀ ଗାଁ ଦେଇ ଗଲେ ପଡ଼ିବ ବୈଷ୍ଣୋ ଦେବୀ ମନ୍ଦିର।

ମା’ଙ୍କ ସ୍ବପ୍ନାଦେଶ ପରେ ଜାମୁକୋଣ ପାହାଡ଼ ଉପରେ ମନ୍ଦିର ଗଢ଼ା କାମ ଆରମ୍ଭ ହୋଇଥିଲା। ଓଡ଼ିଶାରେ ବୈଷ୍ଣବ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପ୍ରଥମ ଘଟଣା ବୋଲି ଭକ୍ତମାନେ କହିଛନ୍ତି। ମା’ଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ୫ ଦିନ ଧରି ଦେବୀଙ୍କ ନୀତିକାନ୍ତି ପାଳନ ହୋଇଥିବା ବେଳେ ପ୍ରଥମ ଦିନ ଅଙ୍କୁରାରୋପଣ ହୋଇ ଦ୍ବିତୀୟ ଦିନ କଳସ ଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ତୃତୀୟ ଦିନ ଗୁମ୍ଫା ସଂସ୍କାର ହୋଇ ଚଣ୍ତୀପାଠ ପରେ ଚତୁର୍ଥ ଦିନ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୀତିକାନ୍ତି ସଂପନ୍ନ ହୋଇ ମା’ଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା।

ଏହା ପରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜମ୍ମୁକାଶ୍ମୀରରୁ ଆସିଥିବା ବୈଦିକ ପଣ୍ତିତ ୫ ଦିନ ଧରି ମା’ଙ୍କ ପୂଜାକାର୍ଯ୍ୟ କରିଥିଲେ।ଜମ୍ମୁକାଶ୍ମୀରରେ ଥିବା ବୈଷ୍ଣୋ ଦେବୀଙ୍କ ମନ୍ଦିର ଭଳି ଏଠାରେ ମଧ୍ୟ ସମାନ ଢଙ୍ଗରେ ମନ୍ଦିର ତୋଳା ଯାଇଛି। ମନ୍ଦିରର କାରୁକାର୍ଯ୍ୟ ପାଇଁ ନିପୁଣ କାରିଗରମାନଙ୍କୁ ନିୟୋଜିତ କରାଯାଇଥିଲା। ପାହାଡ଼ ମଧ୍ୟରେ ଆକର୍ଷଣୀୟ ମନ୍ଦିର ସାଙ୍ଗକୁ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରାଯାଇଛି। ବାହାରେ ୧୮ କ୍ବିଣ୍ଟାଲ୍‌ ପିତ୍ତଳରେ ନିର୍ମିତ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଗୁମ୍ଫା ଆଗରେ ଆଳତିମଣ୍ତପ କରାଯାଇ ଗଣେଶ ଓ ମାତାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ମନ୍ଦିର ମଧ୍ୟଭାଗରେ ହନୁମାନଙ୍କ ବିଗ୍ରହ ଓ ମା’ଙ୍କ ସମ୍ମୁଖ ବାମପାର୍ଶ୍ବରେ ଭୈରବ ମୂର୍ତ୍ତି ସ୍ଥାପନ କରାଯାଇଛି। ଯାହା ଭକ୍ତମାନଙ୍କୁ ବିମୋହିତ କରିଛି। ମନ୍ଦିର ସୁପରିଚାଳନା ପାଇଁ ଟ୍ରଷ୍ଟ ଗଠନ କରାଯାଇଛି।

ଯାତ୍ରୀମାନଙ୍କ ରହିବା ପାଇଁ ଘର ନିର୍ମାଣ ହୋଇଥିବା ବେଳେ ପୁଷ୍କରିଣୀ, ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୂରଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରୁ ଯାନବାହନ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ଜନସାଧାରଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ସଚେତନତା ଶିବିର

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧନାରେ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ଆଇନ୍ ୨୦୧୩ ଅନୁସାରେ ଶରୀରିକ ସଂସ୍ପର୍ଶ ଏବଂ ଅଗ୍ରଗତି, ଯୌନ ଇଛା ସମ୍ପାଦିତ ପାଇଁ ଦାବି କରିବା, ଅନୁରୋଧ କିମ୍ବା ଯୌନ ସମ୍ପର୍କିତ ମନ୍ତବ୍ୟ କିମ୍ବା ଅଶ୍ଲିଳ ଚିତ୍ର ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ଅଶୋଭନୀୟ ଶାରୀରିକ, ମୌଖିକ କିମ୍ବା ଭାବଭଙ୍ଗୀ ଦ୍ଵାରା ଯୌନ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଏ।

ଏହି ଅଧିନିୟମ ଯେଉଁ ମହିଳାମାନେ କର୍ମକ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁ ମହିଳାମାନେ ଗ୍ରାହକ, ଶିକ୍ଷାର୍ଥୀ, ଦିନମଜୁରିଆ ଭାବେ କାର୍ଯ୍ୟକରନ୍ତି ଏମାନଙ୍କୁ ସୁରକ୍ଷା ଦିଏ। ଉପୀଡ଼ିତା ମହିଳା ଲିଖିତ ସମ୍ମତିପତ୍ର ସହ ଅଭିଯୋଗ କରିପାରିବେ। ଉପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ସାଙ୍ଗସାଥୀ କିମ୍ବା ସହକର୍ମୀ ଜାତୀୟ/ରାଜ୍ୟ ମହିଳା ଅଧିକାରୀ ଘଟଣା ବିଷୟରେ ଅବଗତ ଥିବା ଯେକୌଣସି ବ୍ୟକ୍ତିବିଶେଷ ଅଭିଯୋଗ କରିପାରିବେ। ମାନସିକ ବିକାରଗ୍ରସ୍ତ ମହିଳାଙ୍କ କ୍ଷେତ୍ରରେ ବିଶେଷ ଶିକ୍ଷାବିତ୍ ଯୋଗ୍ୟ ମନସ୍ତତ୍ବବିତ୍ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଅଭିଯୋଗ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ଭାବେ ପରିବାର କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ,ସିନିୟର ସିଭିଲ୍ ଜଜ୍ ସତ୍ୟବ୍ରତ ରଣା,ସିନିୟର ସିଭିଲ୍ ଜଜ୍ ( ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି)ରବିନାରାୟଣ ବେହେରା,ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟର ରେଜିଷ୍ଟ୍ରାର ସୋନାଲି ସରୀତା,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚର୍ଯ୍ୟ,ନୟାଗଡ଼ ଏସ୍‌ଡିଜେଏମ୍ କୋର୍ଟର ବିଚାରପତି ସମାପିକା ସମଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଯୋଗଦେଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

ଭୁବନେଶ୍ଵର: ଭାରତର ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଏକ ମହତ୍ତପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଆଜି ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଅବସରରେ ନୟାଗଡ଼ ପୁଲିସ୍ ଟ୍ରେନିଙ୍ଗ୍ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲା ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଭାରତର ମୁକ୍ତି ଆନ୍ଦୋଳନରେ ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ଵପୂର୍ଣ୍ଣ ଅବଦାନ ପାଇଁ ଆମେ ଗୌରବାନ୍ନିତ ବୋଲି ସେ କହିଥିଲେ। ଜିଲାର ରଘୁନାଥ ମହାନ୍ତି, ଦିବାକର ପରିଡ଼ା, ଅର୍ଜୁନ ରାଉତ, କଷ୍ଟି ଡ଼ାକୁଆଙ୍କ ଭଳି ମହାନ୍ ସହୀଦ ମାନଙ୍କ ଆତ୍ମବଳିଦାନ ସେମାନଙ୍କୁ ଅମର କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଏହି ଉତ୍ସବରେ ଜିଲା ପୁଲିସ, ଗୃହରକ୍ଷୀ ଏବଂ ସ୍କୁଲ ଓ କଲେଜର ୫୧ଟି ଗ୍ରୁପ୍ ପ୍ୟାରେଡ୍‌ ପ୍ରଦର୍ଶନ କରଥିଲା ବେଳେ ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ୭ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଏସ୍‌ପି ଏସ.ଶୁଶ୍ରୀ ଯୋଗ ଦେଇଥିଲେ।