Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମିଡିଆକୁ ସମାଲୋଚନା କଲେ ଅଭିନେତା ପପୁ ପମପମ

ଭୁବନେଶ୍ବର: ମିଡିଆକୁ ପ୍ରବଳ ମାତ୍ରାରେ ସମାଲୋଚନା କରିଛନ୍ତି ହାସ୍ୟ ଅଭିନେତା ପପୁ ପମପମ। ସେ କାଷ୍ଟିଂ କାଉଚ ମାମଲାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ସେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମିଡିଆ ଯୋଗୁଁ ମୁଁ ନିନ୍ଦିତ ହେଲି। ମିଡିଆ ନ୍ୟୁଜ ଯୋଗୁଁ ମୁଁ ଜେଲରେ ମାସାଧିକ କାଳ ରହିଲି। ମିଡିଆ ଯୋଗୁଁ ମୁଁ ଦୀର୍ଘ ଛଅ ବର୍ଷ ଧରି ହତସନ୍ତ ହେଲି।

ପପୁ କହିଛନ୍ତି ଯେ ବର୍ତ୍ତମାନ ମିଡିଆ ଟିଆରପି ଚକରରେ ଯାହା ଇଚ୍ଛା ତାହା କରିବାରେ ଲାଗିଛି। ସେ ଟୁଙ୍ଗୁର ଭୋଳ ହେଉ କି ବାବୁସାନ ପ୍ରକୃତି। ଏମାନଙ୍କ ଖବର ଲୋକେ ଦେଖିବେ ବୋଲି ଘଣ୍ଟାଘଣ୍ଟା ଧରି ଘଣ୍ଟାଚକଟା କରାଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆ ହେଉ କିମ୍ବା ୱେବ ମିଡିଆ, ଏହାର ପ୍ରାୟ ନବେ ଭାଗ ଖବର ଭୁଲ ବୋଲି ପପୁ କହିଛନ୍ତି।