Categories
ଆଜିର ଖବର ରାଜ୍ୟ ଖବର

ସୁରତ ଫେରନ୍ତାଙ୍କ ବସ୍‌ ଦୁର୍ଘଟଣାର ତଦନ୍ତ ହେବ – ପରିବହନ ମନ୍ତ୍ରୀ

ଭୁବନେଶ୍ବର : କଳିଙ୍ଗା ଘାଟି ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ପ୍ରତିକ୍ରିୟା ଦେଇ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଘାଟିରେ 40ରୁ ଅଧିକ ବେଗରେ ଗାଡି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ଘାଟି ରାସ୍ତାରେ ଗାଡି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ, ସୁରତରୁ 60ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଞ୍ଜାମ ଆସୁଥିବା ଏକ ବସ୍‌ ଆଜି କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଭଞ୍ଜନଗର ହସ୍ପିଟାଲରେ ଗୁରୁତରଙ୍କର ମୃତ୍ୟୁ ହୋଇଛି । ବସ୍‌ଟି ଗୁଜୁରାଟର ହୋଇଥିବାବେଳେ ବସ୍‌ ନମ୍ବର ହେଉଛି ଜିଜେ18ଏକ୍ସ 2693 ।