Categories
ଆଜିର ଖବର ରାଜ୍ୟ ଖବର

ପରିବା ଡାଲା ଧରି ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଗାଁ ସାଥୀ, ଆମରଣ ଅନଶନ ଧମକ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ବରଗଡ ଜିଲ୍ଲାର ଗାଁସାଥୀମାନେ ଅଭିନବ ଢଙ୍ଗର ପ୍ରତିବାଦ କରିଛନ୍ତି। ସେମାନେ ପରିବା ଡାଲା ଧରି ଟଙ୍କାରେ ଚାଉଳ ଦେବା ପରି ପରିବା ଦିଆଯାଉ ବୋଲି ଦାବୀ କରିଥିଲେ। ଏମାନେ ପିଏମଜି ଛକରୁ ନବୀନ ନିବାସ ଆଡକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ବାଟର ଅଟକାଇ ଥିଲା।

ମୁଖ୍ୟତଃ ରାଜ୍ୟ ସରକାର ଗାଁ ସାଥୀଙ୍କୁ ଅବହେଳା କରିଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାର ଶିଘ୍ର ସେମାନଙ୍କ ପ୍ରତ୍ସୋହନ ରାଶି ଆଠ ହଜାର ଟଙ୍କା କରିବା, କୋଭିଡ ସହାୟତା ପ୍ରଦାନ, ବେରୋଜଗାର ଭତ୍ତା ଯୋଗାଇବାକୁ ଦାବୀ କରିଛନ୍ତି।

ରାଜ୍ୟ ସରକାର ଏହା ନ ଶୁଣିଲେ ଆସନ୍ତା ଡିସେମ୍ବର 1 ତାରିଖରୁ ବିଧାନସଭା ଆଗରେ ଅନଶନ କରାଯିବ ବୋଲି ଧମକ ଦେଇଛନ୍ତି। ଏପରିକି ଛଅ ତାରିଖରେ ରାଜଧାନୀରେ ଏକ ବିଶାଳ ରାଲି କରାଯିବ ବୋଲି ଗାଁ ସାଥୀ ସଂଘ ତରଫରୁ ଦାବୀ କରାଯାଇଛି।