Categories
ଆଜିର ଖବର ରାଜ୍ୟ ଖବର

ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍‌ଭାଇରନ୍‌ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍‌ମେଂଟ ଆସୋସିଏସନ୍ (ଇଏସ୍‌ଡିଏ) ପକ୍ଷରୁ ଆୟୋଜିତ ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ପ୍ରଫେସର ଡକ୍ଟର ଶିଶିରକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଛି।

ଆଇଏଏସ୍‌ର ରିସର୍ଚ୍ଚ, କନ୍‌ସଲ୍‌ଟାଂସି ଏବଂ ପ୍ଲେସମେଂଟର ନିର୍ଦ୍ଦେଶକ ପ୍ରଫେସର ଡଃ ବେହେରାଙ୍କୁ ଇରିଗେସନ୍‌ ଇଞ୍ଜିନିୟରିଂ ଏବଂ ଗ୍ରାଉଣ୍ଡ ୱାଟର୍ ମ୍ୟାନେଜମେଂଟ ସିଷ୍ଟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଦିଲ୍ଲୀ ଠାରେ ଇଏସ୍‌ଡିଏ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୧ ଅନୁଷ୍ଠାନରେ ଏହି ସମ୍ମାନ ପ୍ରଦାନ କରାଯାଇଛି।