Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀଙ୍କ ଇସ୍ତଫା ଦାବି, ଗୃହ ଅଚଳ : ତିନିଟା ଯାଏ ଗୃହ ମୁଲତବୀ

ଭବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଗୃହ ଆଜି ହୁଲୁସ୍ତୁଲ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିରୋଧୀ ପ୍ରତିବାଦ କରିଥିଲେ ।  ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଗୃହ କମ୍ପିଛି ।  ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ହୋହାଲ୍ଲା କରିଛନ୍ତି ।  ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହରେ ହୋହାଲ୍ଲା କରିଛନ୍ତି ।  ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ କୋଡିଏ ମିନିଟ ଓ ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ କରିଦେଇଛନ୍ତି ।

ଅପରପକ୍ଷରେ ବିଜେପି  ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି କରିଛି ।  ବିରୋଧୀ ଦଳ ମୁଖ୍ୟ ସଚେତକ  ମୋହନ ମାଝୀ ଏଭଳି ଦାବି କରିଛନ୍ତି ।  ମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ୟ୍ୟନ୍ତ ଗୃହ ଚଳାଇ ଦେବୁନି ବୋଲି ସେ କହିଛନ୍ତି ।  ଏହାଛଡ଼ା ପରୀ ମୃତୁ୍ୟ ପ୍ରସଙ୍ଗରେ  ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଗ୍ରହଣୀୟ ନୁହେଁ ।  ପୂର୍ବରୁ ଏପରି କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିନି ବୋଲି ଶ୍ରୀ ମାଝୀ କହିଛନ୍ତି । ଗତକାଲି ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଥିଲେ ।