Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସି ଭି ଆନନ୍ଦ ବୋଷ ନୂଆ ରାଜ୍ୟପାଳ ଭାବେ ନେବେ ଶପଥ

ନୂଆଦିଲ୍ଲୀ: ଆସନ୍ତାକାଲି ବୁଧବାର ଦିନ ପଶ୍ଚିମ ବଂଗର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ସି.ଭି ଆନନ୍ଦ ବୋଷ। ତାଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଂଗର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ସେ କୋଲକାତାରେ ପଶ୍ଚିମବଂଗର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ।

ଅବସରପ୍ରାପ୍ତ ଆଇଏଏସ ଅଫିସର ଡ. ସି.ଭି ଆନନ୍ଦ ବୋଷ ବର୍ତ୍ତମାନ ମେଘାଳୟ ସରକାରଙ୍କ ଉପଦେଷ୍ଠା ଅଛନ୍ତି। କେରଳରେ ଜନ୍ମିତ ବୋଷ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି।

ପଶ୍ଚିମ ବଂଗର ରାଜ୍ୟପାଳ ଥିବା ଜଗଦୀପ ଧାନକର ଉପରାଷ୍ଟ୍ରପତି ହେବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଲା ଗଣେଶନଙ୍କୁ ପଶ୍ଚିମବଂଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମ ବଂଗର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ବଂଗର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି। ସେ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର ଡ. ସି.ଭି ଆନନ୍ଦ ବୋଷ। ସେ ବର୍ତ୍ତମାନ ମେଘାଳୟ ସରକାରଙ୍କ ଉପଦେଷ୍ଠା ଅଛନ୍ତି। କେରଳରେ ଜନ୍ମିତ ବୋଷ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି।

ପଶ୍ଚିମ ବଂଗର ରାଜ୍ୟପାଳ ଥିବା ଜଗଦୀପ ଧାନକର ଉପରାଷ୍ଟ୍ରପତି ହେବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ମଣିପୁର ରାଜ୍ୟପାଳ ଲା ଗଣେଶନଙ୍କୁ ପଶ୍ଚିମବଂଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।