Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ଚୋର-ଚୋର”… ସାଉଦି ଆରବରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଲାଗିଲା ସ୍ଲୋଗାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତିନି ଦିନିଆ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। କିନ୍ତୁ ସେଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦିନାର ମସଜିଦ-ଏ-ନବାବୀ ଠାରେ ସେମାନଙ୍କୁ ଚୋର ବୋଲି କହି ସ୍ଲୋଗାନ ଦିଆଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶହ ଶହ ଲୋକ “ଚୋର ଚୋର” ସ୍ଲୋଗାନ ଦେଉଥିବାର ଦେଖାଯାଇଛି। ଯେତେବେଳେ ସେମାନେ ମସଜିଦ-ଇ-ନବାବୀକୁ ଆସୁଥିଲେ, ସେତେବେଳେ ଏହି ସ୍ଲୋଗାନଗୁଡ଼ିକ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ପରେ ସ୍ଲୋଗାନ ଲଗାଉଥିବା ଲୋକମାନଙ୍କୁ ପୋଲିସ ଗିରଫ କରିଛି।