Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିମାନ ଅପହରଣ କରି ପାକିସ୍ଥାନ ନେଇଯିବାକୁ ଧମକ: ଜଣେ ଯୁବକକୁ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ହୋଇଛି। ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋର ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେଇଯିବା ନେଇ ଧମକ ହୋଇଛି। ଧମକ ଦେଇଥିବା ଯୁବକଜଣଙ୍କୁ ପୋଲିସ ଅଟକ ରଖିଛି।

ସୁଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ ଟା ସମୟରେ ଭୋପାଳ ବିମାନ ବନ୍ଦରକୁ ଜଣେ ୩୪ ବର୍ଷୀୟ ଯୁବକ ଫୋନ କରି ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ଦେଇଥିଲା। ଏଭଳି ଧମକ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା।

ତେବେ ତଦନ୍ତ ପରେ ଅଭିଯୁକ୍ତ ଯୁବକଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଟକ ରଖିଛି। ବର୍ତ୍ତମାନ ଯୁବକଜଣଙ୍କୁ ପଚରାଉଚରା କରାଯାଉଛି। ଏନେଇ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି। ମୁମ୍ବାଇ ଯାଉଥିବା ସମସ୍ତ ବିମାନକୁ କଡାକଡି ଯାଞ୍ଚ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତ ସହ ବାଣିଜ୍ୟ ପ୍ରସ୍ତାବକୁ ବାତିଲ କଲେ ଇମ୍ରାନ ଖାନ: ଅସନ୍ତୋଷ ବ୍ୟକ୍ତ କଲେ ପାକିସ୍ଥାନୀ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧ ପରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିନି ଏବଂ କପା ରପ୍ତାନି ପ୍ରସ୍ତାବକୁ ରଦ୍ଦ କରିଛି। ପୂର୍ବରୁ ପାକିସ୍ତାନର ଇକୋନୋମିକ କୋର୍ଡିନେସନ କମିଟି ଏବଂ ଭାରତ ମଧ୍ୟରେ ପୁଣି ଥରେ ବାଣିଜ୍ୟ ସମ୍ପର୍କ ପାଇଁ ପ୍ରସ୍ତାବ ହୋଇଥିଲା। ହେଲେ ଏଥିରେ ବିରୋଧୀ ଦଳର ବିରୋଧ ପରେ ଇମ୍ରାନ ଖାନ ଏହାକୁ ବାତିଲ କରିଦେଇଛନ୍ତି।

ଯେପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ କରାଯାଇନି, ସେପର୍ଯ୍ୟନ୍ତ ଭାରତ ସହ ସମ୍ପର୍କରେ ସାମାନ୍ୟ ହେବା ଅସମ୍ଭବ ବୋଲି ପାକିସ୍ତାନ କହିଛି। ବିରୋଧୀଙ୍କ ଚାପରେ ଯଦିବା ପାକିସ୍ଥାନ ଏଭଳି ନିଷ୍ପତ୍ତି ନେଇଛି, ହେଲେ ବର୍ତ୍ତମାନ ପାକିସ୍ଥାନର ଶିଲ୍ପପତି ଏବଂ ଦର ବୃଦ୍ଧିରେ ଅସ୍ତବ୍ୟସ୍ତ ହେଉଥିବା ସାଧାରଣ ଜନତା ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା ଲାଗି ପାକିସ୍ଥାନକୁ ଚିଠି ଲେଖିବା ଏକ ଭଲ ପଦକ୍ଷେପ: ମହବୁବା ମୁଫ୍ତି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ଥାନ ସହ ଆଲୋଚନା ଲାଗି ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଛନ୍ତି। ପିଡିପି ଅଧ୍ୟକ୍ଷ ମହବୁବା ମୁଫ୍ତି ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏକ ଟ୍ବିଟ ମାଧ୍ୟମରେ ମହବୁବା ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଏଭଳି ପ୍ରୟାସ ଏକ ଉଚିତ୍ ପଦକ୍ଷେପ ଅଟେ। ଯେମିତି ବାଜପେୟୀ କହୁଥିଲେ କି, ବନ୍ଧୁ ବଦଳି ପାରନ୍ତି, କିନ୍ତୁ ପଡୋଶି ନୁହେଁ। ମୁଁ ଆଶା କରୁଛି କି, ଏହି ଆଲୋଚନା ସମାଧାନ ପ୍ରକ୍ରିୟା ଆଡକୁ ଯିବ। ଏବଂ କାଶ୍ମୀରରେ ଶାନ୍ତି ଫେରିବ ବୋଲି ମୁଫ୍ତି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପାକିସ୍ଥାନ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚିଠି ଲେଖି ପାକିସ୍ଥାନ ଲୋକଙ୍କୁ ଶୁଭକାମନା ଜଣାଇଥିଲେ। ଗୋଟିଏ ପଡୋଶୀ ଦେଶ ଭାବେ ଭାରତ ସବୁବେଳେ ପାକିସ୍ଥାନ ଲୋକଙ୍କ ସହ ଶୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଇଚ୍ଛା କରିଥାଏ। ଏଥିପାଇଁ ଅବିଶ୍ଵାସ, ଆତଙ୍କ ଏବଂ ଶତୃତାକୁ ଦୂରେଇ ଏକ ସକାରାତ୍ମକ ବାତାବରଣ ତିଆରି କରିବା ଆବଶ୍ୟକ ବୋଲି ମୋଦୀ ଏହି ପତ୍ରରେ ଲେଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କୃଷକ ଆନ୍ଦୋଳନ ଏବଂ କାଶ୍ମୀର ମାମଲାକୁ ନେଇ ବୟାନ ରଖିଲା ପାକିସ୍ଥାନ

ଇସ୍ଲାମାବାଦ: ଭାରତରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପାକିସ୍ଥାନ ଟିପ୍ପଣୀ ରଖିଛି। ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏକ ବୟାନ କହିଛନ୍ତି ଯେ, ଭାରତ ସରକାର ଆନ୍ଦୋଳନରତ ଚାଷୀଙ୍କ ଆୱାଜ ବନ୍ଦ କରିବାକୁ ବିଫଳ ହୋଇଛି। ଏବଂ ସମଗ୍ର ଭାରତ କୃଷକଙ୍କ ସାଥିରେ ଠିଆ ହୋଇଛି।

ଏହା ସହିତ କୁରେଶୀ ପୁଣି ଥରେ କାଶ୍ମୀର ମୁଦ୍ଦା ଉଠାଇଥିଲେ। ପାକିସ୍ଥାନର ଖବର କାଗଜକୁ ବିଦେଶମନ୍ତ୍ରୀ କୁରେଶୀ କହିଛନ୍ତି ଯେ, କାଶ୍ମୀର ଘଟଣା ଉପରେ ଭାରତ ଯଦି ଏତେ ମଜବୁତ ଅଛି, ତେବେ ସେମାନେ ଆଲୋଚନା କରିବାକୁ କାହିଁକି ଡରୁଛନ୍ତି? ଭାରତ କେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆଲୋଚନାର ପ୍ରସ୍ତାବକୁ ଧ୍ୟାନ ଦେଇନାହିଁ। ବରଂ ଭାରତ ଏମିତି  ପଦକ୍ଷେପ ନେଇଛି ଯାହାଫଳରେ କାଶ୍ମୀରରେ ଏମିତି ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇ ସ୍ଥାୟୀ ସମାଧାନ ବାହାର କରିବା ଆବଶ୍ୟକ।

ତେବେ କାଶ୍ମୀର ଘଟଣାରେ ସୈନ୍ୟ ଦ୍ଵାରା ସମାଧାନ କରିବା ପ୍ରଶ୍ନରେ କୁରେଶୀ କହିଥିଲେ ଯେ, ଏଭଳି କରିବା ଆମ ପାଇଁ ଆତ୍ମହତ୍ୟା ସଦୃଶ ହେବ। ସେ କହିଥିଲେ ଯେ, ଭାରତ କାଶ୍ମୀରୀବାସୀଙ୍କ ଅଧିକାର ଛଡେଇ ନେଉଛି ଏବଂ ସେମାନଙ୍କ ଆୱାଜକୁ ଦବାଇ ରଖୁଛି। ସେହି ଅଞ୍ଚଳରେ ଆର୍ଥିକ ସ୍ଥିତେ ସେବେ ସୁଧୁରିବା ଯେବେ ସେଠାରେ ଶାନ୍ତି ପ୍ରତିଷ୍ଠା ହେବ।

ଉଲ୍ଲେଖ ଯୋଗ୍ୟ ଯେ, ମୋଦୀ ସରକାର ଜମ୍ମୁ କାଶ୍ମୀରରୁ ଯେବେଠୁ ୩୭୦ ଧାରା ଉଠାଇଛି ସେବେଠାରୁ ଭାରତ ବିରୋଧରେ ପାକିସ୍ଥାନ ବୈଶିକ ସମର୍ଥନ ଲାଗି ଚେଷ୍ଟା କରି ବିଫଳ ହୋଇଛି। ଏନେଇ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରୀମାନେ କାଶ୍ମୀର ମାମଲାରେ ବାରମ୍ବାର ବୟାନ ଦେଇଚାଲିଛନ୍ତି।