Categories
ଆଞ୍ଚଳିକ

ଡାକ୍ତର ଦାମୋଦର ରାଉତଙ୍କ ୮୨ ତମ ଜନ୍ମ ଦିବସ ପାଳିତ, ସୁସ୍ଥତା ଓ ଦୀର୍ଘାୟୁ କାମନା କରି ଦ୍ୱିପଦାନ

କୁଜଙ୍ଗ: ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ୮୨ ତମ ଜନ୍ମ ଦିନ ଆଜି କୁଜଙ୍ଗ ଠାରେ ନୀରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ଡାକ୍ତର ଦାମୋଦର ରାଉତ ଜୟନ୍ତୀ କମିଟିର ସଭାପତି ତଥା ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଦାମୋଦର ପ୍ରେମୀ ଆଜି ସକାଳ ୮ଟା ସମୟରେ ଏକ ଶୋଭାଯାତ୍ରାରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୮୨ଟି ଦ୍ୱୀପଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବରିଷ୍ଠ ଡାକ୍ତର ରାଉତଙ୍କ ରାଜନୈତିକ ସହଯୋଗୀ ସୁରେନ୍ଦ୍ରନାଥ ସ୍ୱାଇଁ, ବିଜୟ କୁମାର ଖଟେଇ, କୈଳାଶ ଷଡଙ୍ଗୀ, ଯୁବନେତା ଅରୁପସାଦ ମହାନ୍ତି, ପୂର୍ବତନ ସରପଂଚ କୈଳାଶ ଚନ୍ଦ୍ର ବେହେରା, ଯୋଗେନ୍ଦ୍ରନାଥ ଦାଶ, ନନ୍ଦିନୀ ପଣ୍ଡା, ଅବନ୍ତୀ ମାଝୀ, ରଞ୍ଜୁଲତା ବେହେରା, ଶୁଭ୍ରକାନ୍ତ ସାମନ୍ତରାୟ, କାର୍ତ୍ତିକ ଚନ୍ଦ୍ର ଦାସ, ମଙ୍ଗରାଜପୁର ପଂଚାୟତର ଯୁବ ସଙ୍ଗଠନ ଦୁଷ୍ମନ୍ତ ମାଝୀ, ପୂର୍ବତନ ସମିତି ସଭ୍ୟ କବିରଞ୍ଜନ ବେହେରା, ପ୍ରେମାନନ୍ଦ ସ୍ୱାଇଁ, ପ୍ରଭାଷ ଗୋଛାୟତ, ଯୋଗେନ୍ଦ୍ର ନାଥ ସ୍ୱାଇଁ, ଟିକନ ଖଟୁଆ, ପରୀକ୍ଷିତ ରାଉତ, ନୀରଞ୍ଜନ ପ୍ରଧାନ, ବିଶ୍ୱନାଥ ପରିଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।