Categories
ଆଜିର ଖବର ରାଜ୍ୟ ଖବର

ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ

ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିସ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ନାବଳିକାଙ୍କ ବୟସ ୧୦ ଓ ୧୨ ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଦୁର୍ଯ୍ଯୋଧନ ମାଝୀଙ୍କ ଦୁଇ ଝିଅ ପରିବା ଚାଷ ଜମିରେ ଥିବା ପାଳ କୁଡିଆରେ ବିଶ୍ରାମ ନେଉଥିଲେ। ହେଲେ ସେହି ସମୟରେ ହଠାତ୍ କୁଡିଆରେ ନିଆଁ ଲାଗି ଯାଇଥିଲା। ଏପରିକି ସେହି ନାବାଳିକା ଦୁଇଜଣ ବାହାରକୁ ଆସିପାରିନଥିଲେ। ଯାହାଫଳରେ ନାବାଳିକା ଦ୍ୱୟ ଏହି ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।