Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ଯାଞ୍ଚ କଲେ ଭାରତୀୟ ରେଳ ବୋର୍ଡର ପିଏସି ସଦସ୍ୟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତୀୟ ରେଳ ବୋର୍ଡର ଯାତ୍ରୀ ସୁବିଧା କମିଟି (ପିଏସି) ସଦସ୍ୟମାନେ ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିଦର୍ଶନକୁ ଆସି ଯାତ୍ରୀ ମାନଙ୍କ ସୁବିଧା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥାଗୁଡିକୁ ଯାଞ୍ଚ କରିଥିଲେ। ଏହି କମିଟିର ସଦସ୍ୟ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ ଦାସ, ରାମ କୁମାର ପହାନ, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ରହିଛନ୍ତି।

ରେଳ ଷ୍ଟେସନର ଯାଞ୍ଚ ସମୟରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ ଜିନିଷ ଯଥା ପାନୀୟ ଜଳ ବ୍ୟବସ୍ଥା , ଶୌଚାଳୟ, ପ୍ରତୀକ୍ଷାଳୟ , ପ୍ଲାଟଫର୍ମ ସେଡ୍, ଯାତ୍ରୀମାନଙ୍କ ପାଇଁ ବସିବାର ବ୍ୟବସ୍ଥା ଇତ୍ୟାଦି ବିଷୟଗୁଡିକୁ ଯାଞ୍ଚ କରାଯାଇଥିଲା। ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା।

ତେବେ ସମସ୍ତ ପ୍ଲାଟଫର୍ମ ଗୁଡିକର ପ୍ରଥମରୁ ଶେଷ ଯାଏଁ ସଂପୂର୍ଣ୍ଣ ସେଡ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲା କମିଟି। ତେବେ କହିବାକୁ ଗଲେ ଷ୍ଟେସନରେ ଯାତ୍ରୀ ସୁବିଧା ବ୍ୟବସ୍ଥା ଉପରେ କମିଟିର ସମସ୍ତ ସଦସ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ।

ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ଡିଭିଜନର ବରିଷ୍ଠ ଡ଼ିସିଏମ, ବାଲୁଗାଁ ଷ୍ଟେସନ ପ୍ରବନ୍ଧକ ଶଙ୍କର ନାୟକ, ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟ ଏବଂ ଅନ୍ୟ ସମସ୍ତ ରେଳ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପିଏସି ସଦସ୍ୟଙ୍କୁ ବାଲୁଗାଁ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀ ଏବଂ ସାଧାରଣ ଲୋକେ ସ୍ଵାଗତ କରିଥିଲେ।