Categories
ଆଜିର ଖବର ରାଜ୍ୟ ଖବର

କଟକର ନୂଆ ଡିସିପି ଭାବେ ଯୋଗ ଦେଲେ ପିନାକ ମିଶ୍ର, କହିଲେ ଏପରି କଥା

ଭୁବନେଶ୍ୱର: କଟକରେ ନୂତନ ଡିସିପି ଭାବେ ଯୋଗ ଦେଇଛନ୍ତି  ଆଇପିଏସ୍, ପିନାକ ମିଶ୍ର। ଆଜି କଟକ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କଟକ ଡିସିପି ଥିବା ପ୍ରତୀକ ସିଂ ଭୁବନେଶ୍ବର ଡିସିପି ଭାବେ ବଦଳି ହୋଇଛନ୍ତି। ଭୁବନେଶ୍ବର ଡିସିପି ଥିବା ଉମାଶଙ୍କର ଦାସ ଅତିରିକ୍ତ ସିପି ଭାବେ ଯୋଗ ଦେଇଛନ୍ତି। 

ନୂଆ ଦାୟିତ୍ବ ନେବା ପରେ ଅପରାଧୀଙ୍କୁ କଡା ଧମକ ଦେଇଛନ୍ତି ପିନାକ। ସେ କହିଛନ୍ତି ଯେ, କଟକରେ ଯେଉଁମାନେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ସେମାନେ ସେଥିରୁ ନିବତ ରୁହନ୍ତୁ। ଅପରାଧ ଛାଡ ନଚେତ କଟକ ଛାଡ ବୋଲି ଚରମ ବାଣୀ ଶୁଣାଇଛନ୍ତି ପିନାକ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ୱାମୀଙ୍କ ବିରୋଧରେ ତିନି ମହିଳାଙ୍କ ଏସ୍‌ପିଙ୍କ ନିକଟରେ ଅଭିଯୋଗ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ନୁହେଁ ତିନି ତିନି ଜଣ ମହିଳା ଆଜି ନିଜ ନିଜ ସ୍ୱାମୀଙ୍କ ବିରୋଧରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳାମାନେ ସେମାନଙ୍କ ଅଭିଯୋଗ ନିଜ ନିଜ ଅଂଚଳରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ଏସ୍‌ପିଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି।

ପ୍ରିୟତମା ମହାନ୍ତି ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ସେ ୨୦୧୭ରେ ଚିନ୍ମୟ ଦାସଙ୍କୁ ବିବାହ କରିଥିଲେ। ଚିନ୍ମୟ ମିଛରେ ସେ ଇଂଜିନିୟର ଅଛି ବୋଲି କହିବା ସହ ଚେନ୍ନାଇ ନେଇଯାଇ ସେଠାରେ ନିର୍ଯ୍ୟାତନା ଦେଇଥିଲେ। ଏହସହ ନୃଶଂସ ସ୍ୱାମୀ ଜଣକ ପେଟର ଝିଅ ଛୁଆଟିକୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଝିଅଟିଏ ଜନ୍ମ ହେବା ପରେ ମା’ ଘରକୁ ପଠେଇ ଦେଇ ୫ ଲକ୍ଷ ଟଙ୍କା ଆଣିଲେ ଘରେ ପ୍ରବେଶ ହେବ ବୋଲି ଧମକ ଦେବା ଆରମ୍ଭ କରିଥିଲେ।

ସେହିଭଳି ଅନ୍ୟ ଜଣେ ମହିଳା ନିବେଦିତା ସାହୁ ମଧ୍ୟ ନିଜ ସ୍ୱାମୀ ମେଡ଼ିକାଲ୍‌ରେ କାର୍ଯ୍ୟରତ ଡ଼ା. ଶାନ୍ତିଭୂଷଣ ସେଠୀଙ୍କ ନାମରେ ଗୁରୁତର ଅଭିଯୋଗ କରିଛନ୍ତି। ଦୀପାବଳୀ ସମୟରେ ସେ ଯେଉଁ ହାଇକୋର୍ଟରେ କେସ କରିଛନ୍ତି ତାହା ଉଠାଇଦେବା ପାଇଁ ଧମକ ଚମକ ଦେଇଥିବା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଆଉ ଜଣେ ମହିଳାଙ୍କ ଦୁଃଖ ତ ସବୁଠୁ ଆଗରେ। ଛୁଆପିଲା ହେଉନଥିବା କହି ୱାଇ ଅନୁସୂୟା ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବା ପାଇଁ ଫାଇଲ୍ କରିଥିବା ନେଇ ଅଭିଯୋଗ କରିଥିଲେ।

ଏହି ସମସ୍ତ ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବ୍ରହ୍ମପୁର ଏସ୍‌ପି ଅଫିସ୍ ଆସି ଏସ୍‌ପି ପିନାକ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଏସ୍‌ପି ସମସ୍ତ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।