କଟକର ନୂଆ ଡିସିପି ଭାବେ ଯୋଗ ଦେଲେ ପିନାକ ମିଶ୍ର, କହିଲେ ଏପରି କଥା

Published: May 9, 2022, 4:42 pm IST

ଭୁବନେଶ୍ୱର: କଟକରେ ନୂତନ ଡିସିପି ଭାବେ ଯୋଗ ଦେଇଛନ୍ତି  ଆଇପିଏସ୍, ପିନାକ ମିଶ୍ର। ଆଜି କଟକ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କଟକ ଡିସିପି ଥିବା ପ୍ରତୀକ ସିଂ ଭୁବନେଶ୍ବର ଡିସିପି ଭାବେ ବଦଳି ହୋଇଛନ୍ତି। ଭୁବନେଶ୍ବର ଡିସିପି ଥିବା ଉମାଶଙ୍କର ଦାସ ଅତିରିକ୍ତ ସିପି ଭାବେ ଯୋଗ ଦେଇଛନ୍ତି। 

ନୂଆ ଦାୟିତ୍ବ ନେବା ପରେ ଅପରାଧୀଙ୍କୁ କଡା ଧମକ ଦେଇଛନ୍ତି ପିନାକ। ସେ କହିଛନ୍ତି ଯେ, କଟକରେ ଯେଉଁମାନେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ସେମାନେ ସେଥିରୁ ନିବତ ରୁହନ୍ତୁ। ଅପରାଧ ଛାଡ ନଚେତ କଟକ ଛାଡ ବୋଲି ଚରମ ବାଣୀ ଶୁଣାଇଛନ୍ତି ପିନାକ।

Related posts