Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ CUET UG-୨୦୨୨ ପୁନଃ-ପରୀକ୍ଷା, ଏହି ଛାତ୍ରଛାତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ସେପ୍ଟେମ୍ବର ୧୧ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ CUET UG-୨୦୨୨ ପୁନଃ- ପରୀକ୍ଷା କରିବ। ଯେଉଁଥିରେ ସେହି ପ୍ରାର୍ଥୀମାନେ ହାଜର ହେବାକୁ ସକ୍ଷମ ହେବେ, ଯେଉଁମାନେ ପରୀକ୍ଷା କେନ୍ଦ୍ରରେ ବୈଷୟିକ ସମସ୍ୟା ହେତୁ ପରୀକ୍ଷା ଦେଇପାରି ନଥିଲେ। CUET UG-୨୦୨୨ ପରୀକ୍ଷା ଜୁଲାଇ ୧୫ ତାରିଖରୁ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୬ ଟି ପର୍ଯ୍ୟାୟରେ କରାଯାଇଥିଲା।

NTA ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ, CUET (UG) ୨୦୨୨ ପୁନଃ ପରୀକ୍ଷା ସେପ୍ଟେମ୍ବର ୧୧ ତାରିଖ ୨୦୨୨ରେ ସାରା ଦେଶରେ ଅନୁଷ୍ଠିତ ହେବ। CUET (UG) -୨୦୨୨ରେ, ଛାତ୍ରଛାତ୍ରୀମାନଙ୍କ ଅଭିଯୋଗକୁ ଆଧାର କରି ପୁନଃ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଇ-ମେଲ ମାଧ୍ୟମରେ ସୂଚନା ଦିଆଯାଇଛି। ପ୍ରକାଶ ଥାଉ କି CUET UG-୨୦୨୨ ପରୀକ୍ଷା ଚଳିତ ବର୍ଷ ଜୁଲାଇ ୧୫ ତାରିଖରୁ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୬ଟି ପର୍ଯ୍ୟାୟରେ କରାଯାଇଥିଲା। ଏହି ପରୀକ୍ଷାରେ ୧୪ ଲକ୍ଷରୁ ଅଧିକ ପ୍ରାର୍ଥୀ ହାଜର ହୋଇଥିଲେ। ଏହି ପରୀକ୍ଷା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା। କିନ୍ତୁ ପରୀକ୍ଷା କେନ୍ଦ୍ରରେ ବୈଷୟିକ ତ୍ରୁଟି ହେତୁ କିଛି ପ୍ରାର୍ଥୀ ପରୀକ୍ଷା ଦେଇପାରିନଥିଲେ। ପରେ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ପରୀକ୍ଷା ପାଇଁ ହାଜର ହେବାକୁ NTA ସେମାନଙ୍କୁ ସୁଯୋଗ ଦେଇଛି।