Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ନୂଆ ଚଳଚ୍ଚିତ୍ର “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ର ‘ଉଦଣ୍ଡୀ ସୀତା’ ର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଂଳାପକାର ଡ଼କ୍ଟର ରଜନୀ ରଞ୍ଜନ, ଅଭିନେତ୍ରୀ ଦେବଯାନୀ, ଅଭିନେତା ସୁଭାଶିଷ, ଡେଲିଭରୀ ବୟ ର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ, ପ୍ରମୁଖ ଉପସ୍ଥିତ ଥିଲେ।

ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଉଦଣ୍ଡୀ ସୀତା”। ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ। ସିନେମାର କାହାଣୀ ରଚନା, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ।

ସଂଳାପ ଲେଖିଛନ୍ତି ଡ଼କ୍ଟର ରଜନୀ ରଞ୍ଜନ। ସଂଗୀତର ଭାର ଯାପାନୀ କାନ୍ଧେଇଥିବା ବେଳେ ଗୀତ ଲେଖିଛନ୍ତି ତପୁ ନାୟକ। ଗୀତ ଗୁଡ଼ିକ ଗାଇଛନ୍ତି ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ଓ ଋତୁରାଜ ମହାନ୍ତି।

ଚିତ୍ରତ୍ତୋଳନ ଦାୟିତ୍ୱ ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସଂପାଦନା ମାନସ କୁମାର ସାହୁ ନେଇଛନ୍ତି।

ସୀତା ଭୂମିକାରେ ଦେବଯାନୀ ଅଛନ୍ତି, ମୁଖ୍ୟମନ୍ତ୍ରୀ ଭୂମିକାରେ ସମରେଶ ରାଉତରାୟ, ଅନ୍ୟତମ ନେତା ଭୂମିକାରେ ସ୍ବର୍ଗତ ପିଣ୍ଟୁ ନନ୍ଦ ରହିଛନ୍ତି l
ସରପଞ୍ଚ ଭୂମିକା ରେ ଇଲୁ ବାନାର୍ଜୀ ଓ ଅନ୍ୟାନ୍ୟ ଭୂମିକା ରେ ଶକ୍ତି ବରାଳ, ଅଙ୍କିତ, ଭବାନୀ, ଗୁଡ଼ୁ
ତୃପ୍ତି ସିଂହା, ଶୁବାଶିଷ, ଚୌଧୁରୀ ବିକାଶ ଦାସ, ମିଲନ ଜୟସିଂହ, ଦେବସୂର୍ଯ୍ୟ ନାୟକ, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀକାନ୍ତ ଓ ମଣ୍ଡୁ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରର ବିଜିଏମ ନବ ଏବଂ ସରୋଜ କରିଛନ୍ତି। ଟ୍ରେଲର ରିଲିଜ ପର୍ବକୁ ଉପସ୍ଥାପନା କରିଥିଲେ ଆରଜେ ଗୁଡ୍ଡୀ। ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ପବ୍ଲିସିଟି ଦାୟିତ୍ୱରେ ଅଛନ୍ତି
ମିଡ଼ିଆ ପ୍ଳାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।