Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚତୁର୍ଥ ମହଲାରୁ ଖସି ଏୟାର ହୋଷ୍ଟେସଙ୍କ ମୃତ୍ୟୁ, ଇଞ୍ଜିନିୟର ପୁରୁଷ ବନ୍ଧୁ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବିଲ୍ଡିଂର ଚତୁର୍ଥ ମହଲାରୁ ଖସି ଜଣେ ଏୟାର ହୋଷ୍ଟେସ୍ ଙ୍କର ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ଏହି ଘଟଣା ଶନିବାର ଦିନ ଘଟିଛି। ଏହି ମାମଲାରେ ପୋଲିସ ଏୟାର ହୋଷ୍ଟେସଙ୍କ ପ୍ରେମିକକୁ ଗିରଫ କରିଛି। ଏହା ସହିତ ସମଗ୍ର ମାମଲାର ଯାଞ୍ଚ କରାଯାଉଛି। ପୋଲିସ ଏୟାର ହୋଷ୍ଟେସୀଙ୍କୁ ୨୮ ବର୍ଷିୟା ଅର୍ଚ୍ଚନା ଧିମାନ ବୋଲି ଚିହ୍ନଟ କରିଛି।

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅର୍ଚ୍ଚନା କିଛି ଦିନ ପୂର୍ବରୁ ଦୁବାଇରୁ ବାଙ୍ଗାଲୋରକୁ ଆସିଥିଲେ ଏବଂ କୋରୋମନଗାଲା ଅଞ୍ଚଳର ଏକ ଫ୍ଲାଟରେ ଆଦେଶ ନାମକ ଜଣେ ଯୁବକଙ୍କ ସହ ରହୁଥିଲେ। ତଦନ୍ତ ଅଧିକାରୀଙ୍କ କହିବାନୁସାରେ, ଏକ କମ୍ପାନୀରେ କାମ କରୁଥିବାବେଳେ ଅର୍ଚ୍ଚନା ଏବଂ ଆଦେଶ ଭେଟିଥିଲେ। ସେବେଠାରୁ ଦୁହେଁ ଏକାଠି ରହୁଥିଲେ। କିନ୍ତୁ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିଲା।

ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଉଭୟଙ୍କ ମଧ୍ୟରେ ଲଗାତାର ଝଗଡା ହୋଇଥିଲା। ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ସେମାନେ ରାତିରେ ଏକାଠି ମଦ୍ୟପାନ କରିଥିଲେ। ଅର୍ଚ୍ଚନାଙ୍କ ପ୍ରେମିକା ଆଦେଶ ପୋଲିସକୁ କହିଛନ୍ତି ଯେ, ମଦ୍ୟପାନ କରିବା ପରେ ହିଁ ଅର୍ଚ୍ଚନାଙ୍କ ପାଦ ଖସି ଯାଇଥିଲା ଏବଂ ସେ ବାଲକୋନିରୁ ଖସିପଡିଥିଲେ। ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣାରେ ହତ୍ୟା ମାମଲା ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ବର୍ତ୍ତମାନ ଅର୍ଚ୍ଚନାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।