Categories
ଆଜିର ଖବର ଜାତୀୟ ଖବର

ମୋର୍ବି ବ୍ରିଜ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ: ମୃତ୍ୟୁ ସଂଖ୍ୟା ୧୪୧ କୁ ବୃଦ୍ଧି

ନୂଆଦିଲ୍ଲୀ: ମଚ୍ଛୁ ନଦୀ ଉପରେ ଝୁଲା ପୋଲ ଭୁଶୁଡ଼ିବା କାରଣରୁ ଏପର୍ଯ୍ୟନ୍ତ ମୋର୍ବିରେ ୧୪୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଖବର ଲେଖିବା ପର୍ଯ୍ୟନ୍ତ ୨୦୦ରୁ ଅଧିକ କର୍ମଚାରୀ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ବ୍ରିଜ ଉପରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ ଯେତେବେଳେ ଏହି ଦୁର୍ଘଟଣା ଘଟିଛି। ସେତୁ ଭୁଶୁଡ଼ିବା ପରେ ଶହ ଶହ ଲୋକ ନଦୀରେ ବୁଡ଼ି ଯାଇଥିଲେ।

ଏଥି ସହ ସାଂସଦ ମୋହନ କୁନ୍ଦରିଆଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସାଂସଦ ମୋହନ କୁନ୍ଦରିଆଙ୍କ ଭଉଣୀଙ୍କ ପରିବାରର ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ପର୍କୀୟ ଭଉଣୀଙ୍କ ନଣନ୍ଦ ପରିବାରର ସଦସ୍ୟ, ଚାରି ଜଣ ଝିଅ, ଚାରି ଜଣ ଜ୍ଵାଇଁ ଏବଂ ପିଲାମାନଙ୍କର ମୃତ୍ୟୁ ହୋଇଛି।