Categories
ଆଞ୍ଚଳିକ

ପୋସ୍କୋ କଲୋନୀରୁ ଚୋରି, ଗାଡି ସମେତ ଯୁବକ ଗିରଫ

କୁଜଙ୍ଗ: କୁଜଙ୍ଗ ଥାନା ଅଧିନ ବଡ଼ଗବପୁର ଅଂଚଳରେ ଥିବା ପରିତ୍ୟକ୍ତ ପୋସ୍କୋ କଲୋନୀରୁ ମଙ୍ଗବାର ଦିନ ପୂର୍ବାହ୍ନରେ ଇଟା ଓ ଦସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଚୋରି କରିନେଇଯାଉଥିବା  କୁଜଙ୍ଗ ଥାନାରେ ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକ୍ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ପୋଖରିଆପଡ଼ା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରାଉଳଙ୍କ ପୁଅ ତୋଫାନ ରାଉଳଙ୍କୁ ଗିରଫ କରିଥିଲା। ତତ୍ ସହିତ ଟ୍ରାକ୍ଟର ଓଡି୨୧ଏନ୍‌୫୮୭୬ ଓ  ଡାଲା ନମ୍ବର ଓଡି୨୯ଏଫ୍‌୩୩୧୫ ସମେତ ଏକ ସ୍କୁଟି ଯାହାର ନମ୍ବର ଓଡି୦୫ଭି୧୨୯୭ ଓ ମଟର ସାଇକେଲ ଓଡି୨୧ଏଲ୍‌୪୮୧୪ ଗାଡିଟିକୁ ପୋଲିସ୍ ଘଟଣା ସ୍ଥଳରୁ ସିଜ୍  କରିଥିବା ଜଣା ପଡିଛି।

ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜୀବ ନାୟକ ଓ ସମୀର ମଲ୍ଲିକ୍ ଫେରାର ଥିବା ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଖରିଆ ପଡ଼ା ଗ୍ରାମର ରାଜୀବ, ସମୀର ଓ ତୋଫାନ ଏକ ଟ୍ରାକ୍ଟର ଦ୍ୱାରା ପୋସ୍କୋ କଲୋନୀରୁ ଇଟା ଓ ଦସ୍ତା ଚୋରି କରି ଗାଡିରେ ଲୋଡ କରୁଥିବା ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ଦେଖିଥିଲେ। ତୁରନ୍ତ ଉପେନ୍ଦ୍ର କୁଜଙ୍ଗ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ। ପୋଲିସ୍‌କୁ ଦେଖି ସମୀର ଓ ରାଜୀବ ଚମ୍ପଟ ମାରିଥିବା ବେଳେ ତୋଫାନ ପୋଲିସ୍ ହାବୁଡରେ ପଡିଯାଇଥିଲା। ପୋଲିସ୍ ଘଟଣାସ୍ଥଳରୁ ତୋଫାନକୁ ଉଠାଇ ଆଣିବା ସହିତ ଗୋଟେ ଇଟା ବୋଝେଇ ଟ୍ରାକ୍ଟର, ସ୍କୁଟି ଓ ମଟର ସାଇକେଲକୁ ଯବତ କରିଛି।

ଆଜି ଏହି ଘଟଣାରେ କେସ୍ ନଂ ୩୫୩/୨୩ ରେ ମାମଲା ରୁଜ୍ଜୁ କରି ତୋଫାନକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।