Categories
ଆଜିର ଖବର ଜାତୀୟ ଖବର

ଡାକ୍ତର ଦିବସ ଅବସରରେ ସମଗ୍ର ଡାକ୍ତର ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା

ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଡାକ୍ତର ସମୁଦାୟଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଡାକ୍ତର ଦିବସରେ ମୁଁ ସମଗ୍ର ଡାକ୍ତର ସମୁଦାୟକୁ ଗଭୀର କୃତଜ୍ଞତା ଜଣାଉଛି। ଅତ୍ୟନ୍ତ ଗମ୍ଭୀର ସମକ୍ର ବି ଡାକ୍ତରମାନେ ସାହସ, ନିଃସ୍ୱାର୍ଥପରତା ଏବଂ ସ୍ଥିରତା ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି। ସେମାନଙ୍କ ସମର୍ପଣ ଉପଚାରଠାରୁ ବି ଅଧିକ; ଏହା ଆମ ସମାଜକୁ ଆଶା ଏବଂ ଶକ୍ତି ଦେଇଥାଏ’।