Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ବରିଷ୍ଠ ଆଇଏଏସ ଉଷା ପାଢୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର

ନୂଆଦିଲ୍ଲୀ: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଉଷା ପାଢୀ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର। ସାଧାରଣ ପ୍ରଶାସନ ଦିବସ ଉପଲକ୍ଷେ ତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।

ଉଷା ପାଢୀ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ରହିଛନ୍ତି। ତାଙ୍କ ସମୟରେ ଉଡାନ ପରି ଏକ ଲୋକପ୍ରିୟ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଦେଶର ଛୋଟଛୋଟ ସହରକୁ ବିମାନ ସଂଯୋଗ କରିବା ଉଦ୍ଦେଶ୍ୟ ଥିଲା। ଯାହାକୁ ଦକ୍ଷତାର ସହ ପରିଚାଳନା କରିଛନ୍ତି ଉଷା ପାଢୀ। ସେଥିପାଇଁ ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି।