Categories
ଆଜିର ଖବର ଜାତୀୟ ଖବର

ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି। ଜି – ୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶ୍ରୀ ଜଗନ୍ନାଥ ଭାରତ ଆସିଛନ୍ତି।

ପ୍ରଧାନମନ୍ତ୍ରୀ X ରେ କହିଛନ୍ତି ଯେ, ”ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥ ଏବଂ ମୋର ବହୁତ ଭଲ ସାକ୍ଷାତ ହୋଇଥିଲା। ଭାରତ -ମରିସସ୍ ସମ୍ପର୍କ ପାଇଁ ଏହା ଏକ ସ୍ୱତନ୍ତ୍ର ବର୍ଷ, କାରଣ ଆମେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଭିତ୍ତିଭୂମି, ଫିନ୍ ଟେକ୍‌, ସଂସ୍କୃତି ଆଦି କ୍ଷେତ୍ରରେ ସହଯୋଗ ଉପରେ ଆମେ ଆଲୋଚନା କରିଛୁ। ଏଥିସହ ଦକ୍ଷିଣ ବିଶ୍ୱର ସ୍ୱରକୁ ଆଗକୁ ବଢ଼ାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।”

ପିଏମଓ ମଧ୍ୟ X ରେ ପୋଷ୍ଟ କରିଛନ୍ତି ଯେ, ”ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ ମରିସସର ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥଙ୍କୁ ଭେଟିଥିଲେ, ଏହି ଦେଶ ଭାରତର ଦୃଷ୍ଟିକୋଣ ‘ସାଗର’ର ଏକ ପ୍ରମୁଖ ଅଂଶୀଦାର। ଚଳିତ ବର୍ଷ ଭାରତ – ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ୭୫ତମ ବାର୍ଷିକୀ ପାଳନ ଅବସରରେ ଉଭୟ ନେତା ଉତ୍ସାହର ସହ ଏହାକୁ ସ୍ୱୀକାର କରିଥିଲେ।”