Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

‘ପ୍ରୋଜେକ୍ଟ-କେ’ରେ ପ୍ରଭାସଙ୍କ ସହ ଅଭିନୟ କରିବେ ଦିଶା ପଠାନୀ, ସୁଟିଂ ପୂର୍ବରୁ ଚର୍ଚ୍ଚା

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପଠାନୀ ଖୁବ୍ ଶୀଘ୍ର ଦକ୍ଷିଣ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହିତ ବଡ ପରଦାରେ ଆସିବେ। ନିଜେ ଦିଶା ଏହି ଖବର ଦେଇ ନିଶ୍ଚିତ କରାଇଛନ୍ତି। ସେ କହିଛନ୍ତି ଯେ,ତାଙ୍କର ପରବର୍ତ୍ତୀ ‘ ପ୍ରୋଜେକ୍ଟ କେ ‘ରେ ବାହୁବଳୀ ଷ୍ଟାରଙ୍କ ସହ କାମ କରିବି।

ଦିଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖବର ଦେବା ସହିତ ଫୁଲ ଏବଂ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି।  ସେଥିରେ ଉଲ୍ଲେଖ ରହିଛି ଯେ “ସ୍ୱାଗତଂ ଦିଶା, ‘ପ୍ରୋଜେକ୍ଟ-କେ’ ଆପଣଙ୍କୁ ସ୍ୱାଗତ କରୁଛି! ତୁମକୁ ବିମାନ ବନ୍ଦରରେ ପାଇ ଆମେ ବହୁତ ଖୁସି। ”

ଏହି ‘ପ୍ରୋଜେକ୍ଟ କେ’ ଚଳଚିତ୍ରରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ,  ଏହି ଚଳଚ୍ଚିତ୍ରରେ ଏକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଏହି ଚଳଚିତ୍ର ସଂପର୍କରେ ଜଣାପଡିବା ଦିନଠାରୁ ଏହା ଚର୍ଚ୍ଚାରେ ରହିଛି।

ପ୍ରାୟତଃ ଏହି ଚଳଚତ୍ରର ନାମ ‘ପ୍ରୋଜେକ୍ଟ କେ’ ରଖାଯିବ। ଏହି ଚଳଚ୍ଚିତ୍ରଟି ହେଉଛି ଏକ ମେଗା କାନଭାସ୍ ଏବଂ ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଯାହା ଘୋଷଣା ହେବା ଦିନଠାରୁ ଖବରରେ ଅଛି। 2018 ମସିହାରେ ଜାତୀୟ ପୁରସ୍କାର ପ୍ରାପ୍ତ ବାୟୋଗ୍ରାଫିକାଲ୍ ଡ୍ରାମା ମହାନତି ଚଳଚିତ୍ରର ଜଣାଶୁଣା ନିର୍ମାତା ନାଗ ଅଶ୍ୱିନ୍ ଏହି ପ୍ରକଳ୍ପର ନିର୍ଦ୍ଦେଶନା ଦେଉଛନ୍ତି।

ଏହାକୁ ନେଇ ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟରରେ  ଲେଖିଛନ୍ତି ଯେ, ପ୍ରଭାସଙ୍କ ସହ କାମ କରିବାବେଳେ ସେ ବହୁତ କିଛି ଶିଖିବେ। ସେହିପରି ପ୍ରଭାସ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ବଚ୍ଚନଙ୍କ ଏକ ଫଟୋ ପୋଷ୍ଟ କରି ଏହା ତାଙ୍କ ପାଇଁ ଏକ “ସ୍ୱପ୍ନ ସାକାର” ମୁହୂର୍ତ୍ତ ବୋଲି ଲେଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସୁପରଷ୍ଟାର ଅମିତାଭ ସାର୍ ଙ୍କ ସହ ପ୍ରୋଜେକ୍ଟ କେ ର ପ୍ରଥମ ସଟ୍ ଆଜି ସମାପ୍ତ କରିଛି।