Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ୮୦ ଲକ୍ଷ ମୂଲ୍ୟର ନକଲି ନୋଟ ଜବତ, କୃଷକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ପୱଇରେ ୫୦୦ ଟଙ୍କିଆ ୧୬ ହଜାର ଟି ନକଲି ନୋଟ ସହିତ ଜଣେ ୩୧ ବର୍ଷିୟ ଚାଷୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏଗୁଡ଼ିକ ୮୦ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ୍। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ, ଗୋଟିଏ ଗ୍ୟାଙ୍ଗ ନକଲି ମୁଦ୍ରା ବ୍ୟବସାୟ କରୁଥିବାର କ୍ରାଇମ ବ୍ରାଞ୍ଚକୁ ଖବର ମିଳିଥିଲା। ଏହା ପରେ ସେଠାରେ ଚଢାଉ କରାଯାଇ ଅଭିଯୁକ୍ତକୁ ଧରାଯାଇଥିଲା। ଏବଂ ଏହି ନକଲି ନୋଟଗୁଡ଼ିକୁ କ୍ରାଇମ ବ୍ରାଞ୍ଚ ଜବତ କରିଥିଲା।

ପୋଲିସ ତାଙ୍କ ନିକଟରୁ ୫୦୦ ଟଙ୍କିଆ ୧୬୦ ଟି ବଣ୍ଡଲ ନକଲି ନୋଟ ଜବତ କରିଛି। ପୋଲିସର ସୂଚନାନୁସାରେ, କୃଷକ ଅଳ୍ପ ସମୟ ମଧ୍ୟରେ ଧନୀ ହେବାକୁ ଇଚ୍ଛା କରି ଏହା କରିଥିଲେ। ସେ କେତେ ନକଲି ନୋଟ୍ କାରବାର କରିଛନ୍ତି, ତାହା ଜାଣିବାକୁ ପୋଲିସ ଏବେ ଚେଷ୍ଟା କରୁଛି।