Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ନିୟମ ଉଲ୍ଲଂଘନ: ରାଜ୍ୟରେ ୨୪ ଘଣ୍ଟାରେ ୨୪ ଲକ୍ଷ ଫାଇନ, ୨୧ ଗିରଫ

ଭୁବନେଶ୍ବର: କୋଭିଡର ନୂତନ ଭାରିଆଣ୍ଟକୁ ଦେଖି ସାରା ବିଶ୍ଵ ଆତଙ୍କିତ ଅଛି। ପାଖାପାଖି ୧୦୦ ଟି ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସ୍ପର୍ଶ କରିସାରିଛି। ଏହି ଭାରିଆଣ୍ଟ ବିଶ୍ବରେ ତୃତୀୟ ଲହର ଆଣିବ ବୋଲି ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସମସ୍ତ ଦେଶରେ କଟକଣାକୁ ଧୀରେ ଧୀରେ କଡାକଡି କରାଯାଉଛି। ଯଦି ତୃତୀୟ ତରଙ୍ଗ ଆସେ, ତେବେ ଭାରତ ବେଶୀ ପ୍ରଭାବିତ ହେବ ବୋଲି କୁହାଯାଉଛି। ତେଣୁ ସତର୍କ ରହିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛି।

ତେଣୁ କୋଭିଡ ନିୟମକୁ କଡାକଡି କରିବା ପାଇଁ ଓଡିଶା ସରକାର ଅଣ୍ଟା ଭିଡିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ନିୟମକୁ କଡାକଡି ଯାଞ୍ଚ କରାଯାଇଛି। ଓଡିଶା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୨୪ ଲକ୍ଷ ଟଙ୍କା ଫାଇନ ଆଦାୟ କରିବା ସହ ୨୧ ଜଣଙ୍କୁ ଓଡିଶା ପୋଲିସ ଗିରଫ କରିଛି। ଏହି ସମୟରେ ୭୮୬ ଟି ଗାଡିକୁ ଜବତ ମଧ୍ୟ କରାଯାଇଛି। କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଓଡିଶା ପୋଲିସ ସୂଚନା ଦେଇଛି।