Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଭାଇ’ର ପୋଷ୍ଟର ଓ ଫାଷ୍ଟ ଲୁକ ରିଲିଜ

ଭୁବନେଶ୍ବର: ପୂର୍ବରୁ ତାଣ୍ଡବ ଏବଂ ଚଳିତବର୍ଷ ରଜରେ ରିଲିଜ୍ ହୋଇଥିବା ଓଡିଆ ସିନେମା ଗୁପଚୁପର ନିର୍ଦ୍ଦେଶକ ଥିବା ପୃଥିରାଜ ପଟ୍ଟନାୟକ ଓଡିଆ ସିନେମାପ୍ରେମୀଙ୍କ ପାଇଁ ନୂଆ ସିନେମା ‘ଭାଇ’ ନେଇ ଆସୁଛନ୍ତି। ଆଜି ତାର ପୋଷ୍ଟର ଏବଂ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି।

ଏହାର ମୁଖ୍ୟ ଚରିତ୍ରରେ ଅମ୍ଳାନ, ସୁଜିତ, ଦିବ୍ୟା, ଅନନ୍ୟା ଥିବାବେଳେ ଖଳନାୟକ ଚରିତ୍ରରେ ବିକାଶ ଅଭିନୟ କରୁଛନ୍ତି। ଏହାର କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପୃଥିରାଜ। ସଂଳାପ ରବିନାରାୟଣ ଦାସ ଲେଖିଛନ୍ତି। ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ଓ ସରୋଜ। ନୃତ୍ୟ ସଂଯୋଜନା କରିବେ କବିର।

ଡିଓପିରେ ରୁଦ୍ରକାନ୍ତ ସିଂହ, ସମ୍ପାଦନରେ ମାନସ କୁମାର ସାହୁ, କଳା ନିର୍ଦ୍ଦେଶନାରେ ବିପିନ ବିହାରୀ ଓଝା, ରୂପସଜ୍ଜାରେ ରଞ୍ଜନ, ପ୍ରଡକ୍ସନ ଡିଜାଇନରେ ସଚି ବାବୁ ଏବଂ ପବ୍ଲିସିଟି ଡିଜାଇନ୍ ଦାୟିତ୍ଵରେ ଆଝାର ଅଲୀ ରହିଛନ୍ତି। ସେହିପରି ସିନେମାର କ୍ରିଏଟିଭ ହେଡ଼ ରହିଛନ୍ତି ପ୍ରଣୟ ଜେଠୀ।

ଏହି ସିନେମାରେ ସୁଟିଂ ଏଇ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ। ଓଡ଼ିଶା ସମେତ ବାହାରେ ସୁଟିଂ ହେବାର ଅଛି। ଯଦିଓ ଏଇ ବର୍ଷ ଭିତରେ ସିନେମାଟି ମୁକ୍ତି ଲାଭ କରିବାର ଯୋଜନା ରହିଛି।