Categories
ଅପରାଧ ଆଜିର ଖବର ରାଜ୍ୟ ଖବର

“ମୁଁ ବହୁତ ଦୁଃଖିତ”, ଭାଇଙ୍କ ଫୋନକୁ ବାର୍ତ୍ତା ପଠାଇ ଆତ୍ମହତ୍ୟା କଲେ ଯୁବକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ କୃପାନିଧି ପେଣ୍ଠ ଗ୍ରାମର ରାଧାମୋହନ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚଣ୍ଡୀ ମନ୍ଦିର ସାହିରେ କିଛି ବଂଧୁ ମାନଙ୍କ ସହ ରହି ପାଠ ପଢ଼ିବା ସହ ଚାକିରି ପାଇଁ ଚେଷ୍ଟା କରୁଥିଲେ ଓ ବହୁ ପ୍ରତିଯୋଗିତା ମୁଳକ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହୋଇଥିଲେ। କିନ୍ତୁ ବହୁବାର ବିଫଳ ହେବା ପରେ ମାନସିକ ଚାପରେ ରହି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ରାଧାମୋହନ ଆତ୍ମହତ୍ୟାର କିଛି ସମୟ ପୁର୍ବରୁ ନିଜ ଭାଇ କୈଳାଶ ପାତ୍ରଙ୍କ ମୋବାଇଲ ଫୋନକୁ ବାର୍ତ୍ତା ଜରିଆରେ ମୁଁ ବହୁତ ଦୁଃଖିତ ବୋଲି ଉଲ୍ଲେଖ କରିଥିଲେ। ଭାଇ ଉକ୍ତ ବାର୍ତ୍ତା ପଢି ଅନ୍ୟ ବନ୍ଧୁମାନଙ୍କୁ ପଚାରିଲା ବେଳେ ସେମାନେ ଅସହ୍ୟ ଗରମ ଛାତ ଉପରେ ଶୋଇଛନ୍ତି ଓ ରାଧାମୋହନ ଘରେ ଶୋଇଛି ବୋଲି କହିବା ସହ ବଂଧୁ ମାନେ ତଳକୁ ଆସି କବାଟ ବାଡ଼େଇବାପରେ ସେ ନଖୋଲିବାରୁ ସେମାନେ କୈଳାସକୁ ଜଣାଇଥିଲେ।

ଭାଇ କୈଳାଶ ଗାଁର କିଛି ସାଙ୍ଗମାନଙ୍କୁ ନେଇ ଉକ୍ତ ଘରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ ରାଧାମୋହନ ଏକ ଗାମୁଛା ବେକରେ ଗୁଡେଇ ଝୁଲୁଥିବା ଦେଖିଥିଲେ।

ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ୧୦/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।