Categories
ଆଜିର ଖବର ରାଜ୍ୟ ଖବର

ପରିତ୍ୟକ୍ତ କୂପରେ ପଡ଼ିଲା ମାଈ ହାତୀ: ଉଦ୍ଧାର କଲା ବନବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡମାଳ ସେକସନ୍ ସାଗଯୋରୀ ବିଟ କଉଡ଼ିଆପାଲି ଗ୍ରାମର ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ଏକ ମାଈ ହାତୀ ପଡ଼ିବା ଏବଂ ଶେଷରେ ବନବିଭାଗ ତାକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡ଼ିଥିବା ଖବର ଜଣା ପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ୪ରୁ ୫ ପଟିଆ ହାତୀ ପଲ କଉଡ଼ିଆପାଲି ଗ୍ରାମ ର ନିକଟସ୍ଥ ଜଙ୍ଗଲଦେଇ ଯାଉଥିଲେ। ହେଲେ ଅସାବଧାନବସତଃ ମାଈ ହାତୀଟିଏ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା। ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ଜେସିବି ମେସିନ୍ ସାହାଯ୍ୟରେ କୂଅର ମାଟିକୁ କାଢ଼ିଲା ପରେ ହାତୀ ଟି କୂଅରୁ ବାହାରି ଆସିଥିଲା।

ବନବିଭାଗ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ହାତୀକୁ ଘଉଡ଼ାଇ ଦେଇଥିଲେ। ବନବିଭାଗ ର କର୍ମଚାରୀ, ଦମକଳବାହିନୀ ସହଯୋଗ କରିଥିଲେ।