Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଙ୍କୁଲି ଓଭରବ୍ରିଜ୍ ଉପରେ ବଡ଼ ଧରଣର ଲୁଟ୍: ବୃଦ୍ଧଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ୍ ଉପରେ ଏକ ବଡ଼ ଧରଣର ଲୁଟ୍ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜୁ ଆରୁଆପଲୀ ଗ୍ରାମର ପ୍ରଭାକର ପଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଆମ୍ବପୁଆ ଷ୍ଟେଟ ବ୍ୟାଙ୍କରୁ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ। ସେତେବେଳେ ହଠାତ୍ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ସ୍ତ୍ରୀଙ୍କ ହାତରେ ଥିବା ଭେନିଟ୍ ବ୍ୟାଗ୍ ଝାମ୍ପି ଚମ୍ପଟ ମାରିଥିଲେ। ଯାହା ଫଳରେ ଉକ୍ତ ଭେନିଟ୍ ବ୍ୟାଗ୍ ରେ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରୀ ହୋଇଯାଇଥିଲା। ଏନେଇ ଲୁଟ୍ ର ଶୀକାର ବୃଦ୍ଧ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଗ୍ରହଣ କରି ବୈଦ୍ୟନାଥ ପୁର ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ବିଭିନ୍ନ ସି ସି କ୍ୟାମେରା ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।