Categories
ଆଜିର ଖବର ଜାତୀୟ ଖବର ଧର୍ମ

ବଦ୍ରିନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଓ ଦର୍ଶନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ମୋଦୀ ଭିତର ଗର୍ଭଗୃହରେ ପ୍ରାର୍ଥନା କରିଥିଲେ। ସେ ମଧ୍ୟ ଅଳକନନ୍ଦା ନଦୀ ପାର୍ଶ୍ଵ ବିକାଶମୂଳକ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସହିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରମିତ ସିଂ ମଧ୍ୟ ଉପସ୍ଥିତ ଥିଲେ।