Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ: ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ ପାଇଁ କଲେ ଦାବି

ନୂଆଦିଲ୍ଲୀ: ତିନୋଟି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ଘୋଷଣା କରିବା ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ବରୁଣ ଗାନ୍ଧୀ ଦାବି କରିଛନ୍ତି ଯେ, ଏମଏସପି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ ପ୍ରଣୟନର ତୁରନ୍ତ ସମାଧାନ କରାଯାଉ। ଏଥିସହ ବରୁଣ ଗାନ୍ଧୀ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ଗତକାଲି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ।

ବରୁଣ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ତୁରନ୍ତ ନିଷ୍ପତ୍ତି ନେବା ପାଇଁ ମୋର ନମ୍ର ଅନୁରୋଧ। ତେଣୁ ଆନ୍ଦୋଳନ ଶେଷ ହେବା ପରେ କୃଷକ ଭାଇମାନେ ସମ୍ମାନର ସହ ଘରକୁ ଫେରିବେ। ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ମୋର ଚିଠି।