Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ବରପୁତ୍ରଙ୍କ ଉପରେ ପ୍ରଦର୍ଶନୀ

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬ ଏବଂ ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ଏଥିରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କ’ଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଆଜିର ଏହି ବୈଠକରେ ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି ।  ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସେହିପରି ଛୋଟ କର୍ମଚାରୀଠାରୁ ମୁଖ୍ୟ ସଚିବ ଯାଏ ସମସ୍ତେ ସମ୍ପତ୍ତି ତାଲିକା ଦେବେ ସମ୍ପତ୍ତି ତାଲିକା ଲୋକେ ଦେଖିବାକୁ ପବ୍ଲିକ୍‌ ଡୋମେନରେ ରଖାଯିବ । ସମ୍ପତ୍ତି ତାଲିକାର ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ।

ସେହିପରି ଆଜି ରାଜ୍ୟ କ୍ୟାବିନେଟ୍‌ରେ ସଂରକ୍ଷଣ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।  ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ମିଳିବ। ଡାକ୍ତରୀ ଓ ଇଞ୍ଜିନିଅରିଂ ଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ଆଗାମୀ ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି । ସଂକଳ୍ପକୁ ଚୂଡାନ୍ତ ରୂପ ଦେବାକୁ ଉଚ୍ଚ କ୍ଷମକତା ସମ୍ପନ୍ନ କମିଟି ଗଠିତ ହେବ । ଏଥିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି  କମିଟି ଅଧ୍ୟକ୍ଷ ରହିବେ । କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଭାବେ ରହିବେ । ଏହି କମିଟଇ ତିନି ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଫଳରେ କମିଟିର ସୁପାରିଶକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ପାଠ୍ୟକ୍ରମରେ ବରପୁତ୍ରଙ୍କ ଜୀବନୀ ସାମିଲ୍‌ ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଗ୍ରହଣ କରିଛି । ସ୍କୁଲ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟ ଓ  ଜୀବନୀ ସ୍ଥାନ ପାଇବ । ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ସ୍ବତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ । ମେଧାବୀ ପିଲାଙ୍କୁ ସ୍ବତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ଶିକ୍ଷାବିତ୍‌ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ। ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ ।