Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରୁଷରେ ଜଗନ୍ନାଥ ଭକ୍ତମାନେ ନିର୍ମାଣ କଲେ ବରଫର ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି

ସାଇବେରିଆ, ରୁଷିଆରେ ଥିବା ଜଗନ୍ନାଥ ଭକ୍ତମାନେ ଏକ ଅଭିନବ ପରକଳ୍ପନା କରିଛନ୍ତି। ସେମାନେ ବରଫାବୃତ ସାଇବେରିଆ ଅଞ୍ଚଳରେ ନିର୍ମାଣ କରିଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି। ତେବେ ପଥର କିମ୍ବା କାଠରେ ନୁହେଁ। ସେମାନେ ସେଠାରେ ଜମାଟ ବନ୍ଧି ରହିଥିବା ବରଫ ଉପରେ ଏହି ତ୍ରିମୂର୍ତ୍ତି ନିର୍ମାଣ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ଏହି ବରଫରେ ସେମାନେ ବିଭିନ୍ନ ରଂଗ ଦେଇ ମୂର୍ତ୍ତି ତିନୋଟି ବେଶ୍ ଆକର୍ଷଣୀୟ କରିଛନ୍ତି। ଏଥିସହିତ ସେମାନେ ଏହି ବରଫରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୂର୍ତ୍ତି ତିନୋଟି ଏପରି ଅବିକଳ ହୋଇଛି ଯେ, ସେଠାକୁ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଜଗନ୍ନାଥ ଭକ୍ତଙ୍କ ଆଗମନ ହେବାରେ ଲାଗିଛି।