Categories
ଫଟୋ ଖବର

ବଲାଙ୍ଗିରର କଣ୍ଟେନମେଣ୍ଟ ଜୋନଗୁଡିକରେ ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବଲାଙ୍ଗିର, କୋଭିଡ19 ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପ୍ରାୟ 21 ଗ୍ରାମ ଏହି ଜୋନ ଅଧିନରେ ଆସିଛି। ସେହି ଜୋନ ଭିତରକୁ ଯେପରି କେହି ଯିବେ ନାହିଁ ଏବଂ ଭିତରୁ କେହି ବାହରିବେ ନାହିଁ ସେଥିପାଇଁ ପୋଲିସ ତରଫରୁ ନିଆଯାଇଛି ପଦକ୍ଷେପ।
Categories
ଆଜିର ଖବର ରାଜ୍ୟ ଖବର

କ୍ରିକେଟ ଖେଳିଥିଲେ, ଚୁଟି କାଟିବା ପାଇଁ ସେଲୁନ୍‌ ଯାଇଥିଲେ 147 ନମ୍ବର ଆକ୍ରାନ୍ତ

ଭୁବନେଶ୍ବର : ବଲାଙ୍ଗିରରୁ ଚିହ୍ନଟ ହୋଇଥିବା 147 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ବଲାଙ୍ଗିରର 147 ନମ୍ବର ଆକ୍ରାନ୍ତ ସାଙ୍ଗଙ୍କ ସହ କ୍ରିକେଟ୍‌ ଖେଳିଥିଲେ । ମାର୍ଚ୍ଚ 16-17ରେ ଟ୍ରେନ୍‌ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ । ମାର୍ଚ୍ଚ 17ରେ ଷ୍ଟେସନରୁ ଅନ୍ୟ ଚାରିଜଣଙ୍କ ସହ ଗାଡିରେ ଘରକୁ ଯାଇଥିଲେ । ମାର୍ଚ୍ଚ 18ରୁ ଏପ୍ରିଲ୍‌ 5 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ  । ଏପ୍ରିଲ୍‌ 6ରୁ 30 ତାରିଖ ପର୍ଯ୍ୟନ୍ତ ଗ୍ରାମରେ ଥିଲେ । ସାଙ୍ଗ ସହ ବହୁ ଥର କ୍ରିକେଟ ଖେଳିଥିଲେ ବୋଲି ସୂଚନା ମିଳିଛି । ଗ୍ରାମରେ ରହିବା ଭିତରେ ସଲେଇପାଲିର ଏକ ସେଲୁନ୍‌ରେ ଚୁଟି କାଟିଥିଲେ । ଲକ୍ଷଣ ନଥିଲା, ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ନମୁନା ସଂଗ୍ରହ ପରେ ପଜିଟିଭ୍‌ ମିଳିଛି । ମେ 1ରେ ନମୁନା ପଜିଟିଭ୍‌ ମିଳିବା ପରେ ବଲାଙ୍ଗିର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।