Categories
ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଆରୋହୀ ମୃତ, ଅନ୍ୟଜଣେ ଗୁରୁତର ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ସାରୁ ଛକରୁ ଏଚପି ପେଟ୍ରୋଲ ପମ୍ପରୁ ଦୁଇ ଜଣ ଯୁବକ ରୋସନ ବେହେରା ଓ ମନୋଜ ଦାସ ନିଜ ଗାଡିରେ ତେଲ ପକାଇ ବାହାରକୁ ଆସିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା ସଙ୍କଟ ତାରିଣୀ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ରୋସନ୍ ଙ୍କ ମୃତ୍ୟୁ ଘଟିଥିଲା। ଏବ ମନୋଜ ଦାସ ଗୁରୁତର ଆହତ ହୋଇଥିଲେ। ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।