Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଆଉ ସାତୋଟି ଜାଗାରେ ବାଣ ବିକ୍ରି ପାଇଁ ମିଳିଲା ଅନୁମତି

ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ ଅନୁମତି ରହିଛି। ତେବେ ବାଣ ବିକ୍ରୀ ନେଇ ରହିଛି କଟକଣା। ଏଥର ରାଜ୍ୟ ସରକାର ଭୁବନେଶ୍ବରର ଆଉ ସାତୋଟି ସ୍ଥାନରେ ବାଣ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଏହି ସ୍ଥାନଗୁଡିକ ହେଲା ଶବର ସାହୀ ମେଳନ ପଡିଆ, ରସୁଲଗଡ ଦୁର୍ଗାପୂଜା ମଣ୍ଡପ, ପଳାଶୁଣି ଖେଳପଡିଆ, ୟୁନିଟ-01 ହାଇସ୍କୁଲ ପଛପାର୍ଶ, ଲକ୍ଷ୍ମୀସାଗର ମେଳଣ ପଡିଆ, ବଡଗଡ ଶ୍ମସାନ ସାମନା, ବଡଗଡ ବିଡିଏ ମାର୍କେଟ ପଛ। ଏ ନେଇ ଜିଏ ତରଫରୁ ବିଏମସିକୁ ଏକ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି। ପୂର୍ବରୁ ରାଜଧାନୀରେ 21ଟି ସ୍ଥାନରେ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ଏବେ ମୋଟ 28ଟି ସ୍ଥାନରେ ବାଣ ବିକ୍ରିପାଇଁ ସରକାର ଅନୁମତି ରହିଛି।