Categories
ବିଶେଷ ଖବର

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଠାରେ ବାଣିଜ୍ୟ ଭବନ ଉଦଘାଟନ କରିବା ସହ ନିର୍ଯ୍ୟାତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ସୋମ ପ୍ରକାଶ ଓ ଅନୁପ୍ରିୟା ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ନବ ଭାରତରେ ଗତ ଆଠ ବର୍ଷ ଧରି ଚାଲି ଆସୁଥିବା ନାଗରିକ କୈନ୍ଦ୍ରିକ ପ୍ରଶାସନିକ ଢାଞ୍ଚାରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦେଶ ଆଜି ଏକ ନୂତନ ଓ ଆଧୁନିକ ବାଣିଜ୍ୟ ଭବନ ସହିତ ଏକ ରପ୍ତାନୀ ପୋର୍ଟାଲ ପାଇଛି। ଏଥିରୁ ଗୋଟେ ଭୌତିକ ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ଭିତ୍ତିଭୂମିଯୁକ୍ତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଦେଶର ପ୍ରଥମ ଶିଳ୍ପ ମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତୁବାର୍ଷିକୀ। “ତାଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକ ନିଷ୍ପାଦନ ସ୍ୱାଧୀନ ଭାରତକୁ ଦିଗଦର୍ଶନ ଦେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି” ବୋଲି ସେ କହିଥିଲେ।

ମନ୍ତ୍ରଣାଳୟର ନୂତନ ଭିତ୍ତିଭୂମି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମଧ୍ୟ ବ୍ୟାବସାୟିକ ସୁଗମତା ନିମନ୍ତେ ସଂକଳ୍ପ ନେବାର ବେଳ ଉପନୀତ। ଏହା ଦ୍ୱାରା ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ମଧ୍ୟ ଆସିବ। କୌଣସି ବିଷୟରେ ନିକଟବର୍ତ୍ତୀ ହେବା ଏହି ଦୁଇଟି ମଧ୍ୟ ସଂଯୋଗକାରୀ। ସେ କହିଥିଲେ ଯେ ସରକାରଙ୍କ ସହ ଯୋଗାଯୋଗ କରିବା ବାଟରେ କୌଣସି ବାଧାବିଘ୍ନ ଆସିବା ଅନୁଚିତ। ସରକାରଙ୍କ ନିକଟରେ ସହଜରେ ପହଞ୍ଚôବା ବା ସମସ୍ୟା ଉତଥାପନ କରିବାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ସରକାରଙ୍କ ନୀତିରେ ଏହା ବେଶ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ।

ନିକଟ ଅତୀତର ଅନେକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତର ନୂତନ କର୍ମସଂସ୍କୃତି ହେଉଛି ଯେକୌଣସି ପ୍ରକଳ୍ପକୁ ଠିକ ସମୟ ମଧ୍ୟରେ ସାରିବା। ଯେତେବେଳେ ସରକାରୀ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ି ନରହି ନିଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୁଏ ଓ ସରକାରୀ ଯୋଜନାରେ ଲକ୍ଷ୍ୟ ସ୍ଥଳରେ ପହଂଞ୍ଚ, ସେତେବେଳେ ହିଁ ଦେଶର ଟିକସଦାତା ତାର ଉଚିତ ସମ୍ମାନ ପାଏ ବୋଲି ସେ କହିଥିଲେ। ଆଜି ଆମ ପାଖରେ ଆଧୁନିକ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ରହିଛି। ଏହି ବାଣିଜ୍ୟ ଭବନ ଦେଶକୁ ‘ଗତିଶକ୍ତି’ ପଥରେ ଅଗ୍ରସର କରିବ ବୋଲି ସେ କହିଥିଲେ।

ଏହି ବାଣିଜ୍ୟ ଭବନ ତାଙ୍କ ସରକାରଙ୍କ ଅମଳରେ ବାଣିଜ୍ୟିକ ସଫଳତାର ପ୍ରତୀକ ବୋଲି ସେ କହିଥିଲେ। ସେ ଏହାର ଶିଳାନ୍ୟାସ ସମୟର ସ୍ମୃତିଚାରଣ କରି କହିଥିଲେ ଯେ ବୈଶ୍ୱିକ ନବୋନ୍ମେଷ ସୂଚକରେ ନୂଆ କିଛି କରି ଦେଖାଇବା ଓ ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚକରେ ୪୬ତମ ସ୍ଥାନରେ ରହିଛି ଓ ଏଥିରେ ନିରବଚ୍ଛିନ୍ନ ଉନ୍ନତି ଘଟୁଛି। ସେ ବ୍ୟାବସାୟିକ ସୁଗମତା ନିମନ୍ତେ ସେତେବେଳେ କହୁଥିଲେ ଓ ଆଜି ୩୨ଠଠଠରୁ ଅଧିକ ଅନାବଶ୍ୟକ ନଥିପତ୍ର ଅପସାରଣ କରାଯାଇଛି। ସେହିପରି ଏହି ଭବନର ଶିଳାନ୍ୟାସ ବେଳେ ବସ୍ତୁ ଓ ସେବକାର (ଜିଏସଟି) ନୂଆ ଥିଲା। ଆଜି ମାସିକ ସର୍ବନିମ୍ନ ଏକ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହେଉଛି। ଜିଇଏମ ସମ୍ପର୍କରେ କହିବାକୁ ଗଲେ ସେତେବେଳେ ନଅ ହଜାର କୋଟି ଟଙ୍କାର ଅର୍ଡର ଦିଆଯାଉଥିବା ବେଳେ, ଆଜି ପୋର୍ଟାଲରେ ୪୫ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀ ପଞ୍ଜୀକୃତ ହୋଇଛନ୍ତି ଓ ୨.୨୫ କୋଟିରୁ ଅଧିକ ବହିନା ଦିଆଯାଇଛି। ୨୦୧୪ରେ ଦୁଇଟି ମୋବାଇଲ ୟୁନିଟରୁ ସେତେବେଳେ ୧୨ଠଟି ୟୁନିଟ ଥିବାବେଳେ ଆଜି ତାହା ୨ଠଠ ୟୁନିଟ ଅତିକ୍ରମ କରିଛି। ଆଜି ଦେଶରେ ୨୩ଠଠ ପଞ୍ଜୀକୃତ ଫିନଟେକ ଷ୍ଟାର୍ଟଅପ ଥିବାବେଳେ ଚାରିବର୍ଷ ତଳେ ଏହା ମାତ୍ର ୫ଠଠ ଥିଲା। ବାଣିଜ୍ୟ ଭବନ ଶିଳାନ୍ୟାସ ସମୟରେ ଭାରତରେ ବର୍ଷକୁ ଆଠ ହଜାର ଷ୍ଟାର୍ଟଅପ ପଞ୍ଜୀକୃତ ହେଉଥିବା ବେଳେ, ଆଜି ତାହା ୧୫ ହଜାରରୁ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଐତିହାସିକ ବୈଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଭାରତର ରପ୍ତାନୀ ୬୭ଠ ବିଲିଅନ ଡଲାର ଅର୍ଥାତ ୫ଠ ଲକ୍ଷ କୋଟିରେ ପହଂଚିଥିଲା। ଗତ ବର୍ଷ ଦେଶ ସ୍ଥିର କରିଥିଲା ଯେ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଏହା ୪ଠଠ ବିଲିଅନ ଡଲାର ବା ୩ଠ ଲକ୍ଷ କୋଟି ବାଣିଜ୍ୟିକ ରପ୍ତାନୀ ଲକ୍ଷ ହାସଲ କରିବେ। ଆମେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହ ୪୧୮ ବିଲିଅନ ଡଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାରେ ପହଂଚିଲୁ। “ବିଗତ ବର୍ଷଗୁଡ଼ିକର ସଫଳତା ଦ୍ୱାରା ଉଦବୃଦ୍ଧ ହୋଇ ଆମେ ଆମର ରପ୍ତାନୀ ଲକ୍ଷ୍ୟ ବୃଦ୍ଧି କରିବା ସହ ତାହା ହାସଲ ନିମନ୍ତେ ଆମର ଉଦ୍ୟମ ଦ୍ୱିଗୁଣିତ କରିଛୁ”। କେବଳ ସ୍ୱଳ୍ପମିଆଦୀ ନୁହେଁ ଦୀର୍ଘମିଆଦୀ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ଦରକାର ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ଯ୍ୟାତ- ଜାତୀୟ ଆମଦାନୀ, ରପ୍ତାନୀ ପାଇଁ ଜାତୀୟ ବିଶ୍ଳେଷଣ ବାଣିଜ୍ୟିକ ପୋର୍ଟାଲ ଅଂଶୀଦାରମାନଙ୍କୁ ଅନ୍ଧାରେ ନିଜର ପ୍ରକୃତ ତଥ୍ୟ ପ୍ରଦାନ କରିବ। “ଏହି ପୋର୍ଟାଲ ଜରିଆରେ ୨ଠଠରୁ ଅଧିକ ଦେଶକୁ ରପ୍ତାନୀ ହେଉଥିବା ୩ଠରୁ ଅଧିକ ସାମଗ୍ରୀ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ। ସମୟ କ୍ରମେ ଜିଲ୍ଲାସ୍ତରରୁ ରପ୍ତାନୀ ସାମଗ୍ରୀ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିବ। ଏହା ଜିଲ୍ଲାଗୁଡ଼ିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କ୍ରମବର୍ଦ୍ଧିଷ୍ଣୁ ରପ୍ତାନୀ ପରିପ୍ରେକ୍ଷୀରେ କହିଥିଲେ ଯେ ଦେଶ ବିକାଶମୁଖୀରୁ ବିକଶିତ ଦେଶ ସଂଦିକ୍ଷଣ ଦେଇ ଗତି କରୁଛି। ଗତ ଆଠ ବର୍ଷ ଧରି ଦେଶର ରପ୍ତାନୀ ଲକ୍ଷ୍ୟ ସାଧିତ ହେବା ସହ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ରପ୍ତାନୀ ବୃଦ୍ଧି ସହ ଏହି ପ୍ରକ୍ରିୟାର ସୁଗମତା ଓ ନୂତନ ବଜାରରେ ସାମଗ୍ରୀ ପ୍ରବର୍ତ୍ତନ ନେଇ ନୀତି ଖୁବ ଫଳପ୍ରଦ ହୋଇଛି। ବର୍ତ୍ତମାନ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ, ପ୍ରତ୍ୟେକ ବିଭାଗ ରପ୍ତାନୀ ବୃଦ୍ଧି ଦିଗରେ ଉଦ୍ୟମ କରୁଛନ୍ତି। ସେ ଏମଏସଏମଇ ହେଉ ବା ବର୍ହିବ୍ୟାପାର ମନ୍ତ୍ରଣାଳୟ, କୃଷି ବା ବାଣିଜ୍ୟ ପ୍ରତ୍ୟେକ ସମାନ ଲକ୍ଷଣ ହାସଲ ପାଇଁ ଉଦ୍ୟମ କରୁଛନ୍ତି।

“ନୂତନ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଉଛି। ଏପରିକି କେତେକ ଆକାଂକ୍ଷିତ ଜିଲ୍ଲାକୁ ମଧ୍ୟ ରପ୍ତାନୀ ବହୁଗୁଣରେ ବୃଦ୍ଧି ପାଇଛି। କର୍ପସ ଓ ହସ୍ତତନ୍ତ କ୍ଷେତ୍ରରୁ ରପ୍ତାନୀ ଶତକଡ଼ା ୫୫ ଭାଗ ବୃଦ୍ଧି ପାଇବା ଅର୍ଥ ତୃଣମୂଳ ସ୍ତରରେ କିପରି କାର୍ଯ୍ୟ ଚାଲୁଛି ତାହା ସହଜେ ଅନୁମେୟ” ବୋଲି ସେ କହିଥିଲେ।

ସ୍ଥାନୀୟ ସାମଗ୍ରୀ ଉପରେ ସରକାରଙ୍କ ଗୁରୁତ୍ୱ “ଲୋକାଲ ଫର ଭୋକାଲ, ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ” ଭଳି ଯୋଜନା ଯୋଗୁ ରପ୍ତାନୀ ବୃଦ୍ଧି ପାଇଛି। ବର୍ତ୍ତମାନ ଆମର ଅନେକ ସାମଗ୍ରୀ ପ୍ରଥମଥର ପାଇଁ ନୂଆ ନୂଆ ଦେଶଗୁଡ଼ିକୁ ରପ୍ତାନୀ କରାଯାଇଛି । “ଆମର ସ୍ଥାନୀୟ ଖୁବ ଦ୍ରୁତ ଗତିରେ ବୈଶ୍ୱିକ” ହେବାରେ ଲାଗିଛି। ଏହା ପ୍ରକାଶ କରେ ଯେ ବିଭିନ୍ନ ଉଦାହରଣ ଦେଇଥିଲେ। ସୀତାଭୋଗ ମିଠାଇ ବାହାରିନକୁ ରପ୍ତାନୀ ହେଉଥିବା ବେଳେ, ତାଜା ରାଜାଲଙ୍କା ନାଗାଲାଣ୍ଡରୁ ଲଣ୍ଡନ ଯାଉଛି। ଆସାମର ତାଜା ବର୍ମିଜ ଅଙ୍ଗୁର ଦୁବାଇ ଯାଉଛି, ଛତିଶଗଡ଼ର ମହୁଆ ସାମଗ୍ରୀ ଫ୍ରାନ୍ସ ଓ କାରଗିଲର ଖୁମାନୀ ଦୁବାଇ ଯାଉଛି।

“ରପ୍ତାନୀ ବାତାବରଣ ଦୃଷ୍ଟିରୁ ଆମେ ଆମର କୃଷକ, ବୁଣାକାର ଓ ପାରମ୍ପରିକ ସାମଗ୍ରୀକୁ ଜିଆଇ ଟ୍ୟାଗିଂ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛୁ।” ୟୁଏଇ ଓ ଅଷ୍ଟ୍ରେଲିଆ ସହ ହୋଇଥିବା ବାଣିଜ୍ୟିକ ରାଜିନାମାର ଉଦାହରଣ ସହ ସେ ଅନ୍ୟାନ୍ୟ ଦେଶ ସହ ଏ ନେଇ ଯଥେଷ୍ଟ ଅଗ୍ରଗତି ଘଟିଛି ବୋଲି କହିଥିଲେ। ଏକ ଆହ୍ୱାନମୂଳକ ପରିସ୍ଥତିକୁ ସୁଯୋଗରେ ପରିଣତ କରିବାରେ ବିଦେଶରେ ଥିବା ଆମ ଦୂତାବାସଗୁଡ଼ିକର ଭୂମିକାକୁ ସେ ପ୍ରଶଂସା କରିଥିଲେ। “ଦେଶର ପ୍ରଗତି ନିମନ୍ତେ ବ୍ୟବସାୟ ଓ ନୂତନ ବଜାର ଚିହ୍ନଟ ଓ ଆବଶ୍ୟକତାକୁ ଚିହ୍ନଟ କରି ନୂତନ ସାମଗ୍ରୀ ପ୍ରସ୍ତୁତି ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।”

ପରିଶେଷରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିକାଶକୁ ସମୟଭିତ୍ତିକ ଭାବେ ପୋର୍ଟାଲର ସମୀକ୍ଷା ଓ ନିକଟରେ ବିକଶିତ ଅନ୍ୟାନ୍ୟ ମଞ୍ଚର ଅନୁଧ୍ୟାନ ପାଇଁ ଅନୁରୋଧ କରିଥିଲେ। “ଲକ୍ଷ୍ୟ ହାସଲ ନିମନ୍ତେ ଆମେ ଯେଉଁ ବ୍ୟବସ୍ଥାର ବିକାଶ କରୁଛୁ ତାହା କେତେ ସଫଳ ହୋଇଛି ଓ ସେଥିରେ ଯଦି କିଛି ସମସ୍ୟା ରହିଛି, ତା’ହେଲେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ।”