Categories
ଆଜିର ଖବର ଜାତୀୟ ଖବର

ଓଡିଶା ସମେତ ହାଇକୋର୍ଟର ୬ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ହାଇକୋର୍ଟର ୬ ଜଣ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ଜଷ୍ଟିସ ଚିତ୍ତରଂଜନ ଦାସ ଅଛନ୍ତି। ସେ କୋଲକାତା ହାଇକୋର୍ଟକୁ ସ୍ଥାନାନ୍ତର ହେବେ। ସେହିଭଳି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଯାହାଙ୍କୁ ପାଟନା ହାଇକୋର୍ଟକୁ ପଠାଇବାକୁ ସୁପାରିଶ କରାଯାଇଛି।

ଏହା ବ୍ୟତୀତ ତ୍ରିପୁରା ହାଇକୋର୍ଟର ଜଷ୍ଟିସ ଶୁଭାଶିଷ ତଲପାତ୍ରାଙ୍କୁ ଓଡିଶା ହାଇକୋର୍ଟ, ମଣିପୁର ହାଇକୋର୍ଟର ଜଷ୍ଟିସ ଲାନୁସୁଙ୍ଗକୁମ ଜାମୀରଙ୍କୁ ଗୌହାଟି ହାଇକୋର୍ଟ, ଜାମ୍ମୁ କାଶ୍ମୀରରେ ଏବଂ ଲଦାଖ ହାଇକୋର୍ଟର ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ପୁରୁଶୈନ୍ଦ୍ର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟ ପଠାଇବା ପାଇଁ ସୁପାରିଶ ହୋଇଛି।