Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୩ ଦିନ ଧରି ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଥିଲା। ଆଜି ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସ ଥିଲା। ପ୍ରଥମ ଦିନ ସୋରଣ ଗ୍ରାମରେ ଏହି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇଥିଲେ।

ଦ୍ଵିତୀୟ ଦିନ ମଙ୍ଗଳା ଯୋଡି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ  ପ୍ରାକ୍ତନ ଖୋର୍ଦ୍ଧା ଉପ ଜିଲାପାଳ ଦେବରାଜ ସେନାପତି ଅତିଥି ଭାବେ ଯୋଗଦେଇଥିଲେ।

ସେହିଭଳି ଭୁଷଣ୍ଡ ପୁର ମେଳଣ ପଡିଆରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁଷଣ୍ଡପୁର ଅଂଚଳର ଜନ ସାଧାରଣଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବାହାରି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସଂଘ ସଭାପତି  ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟନାୟକ, ମୁଖପାତ୍ର ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋଶ କୁମାର ଦାସ, ବନ୍ୟ ପ୍ରାଣୀ ବିଭାଗ ରେଂଜର ଚୁଡାରାଣୀ ମୁର୍ମୁ, ଟାଙ୍ଗୀ ବ୍ଲକ ବିଜେଡି ଯୁବ ସଭାପତି  ଚିନ୍ମୟ କୁମାର ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ନାୟକ, ବରିଷ୍ଠ ଆଇନ୍ ଜୀବି ଅନିଲ କୁମାର ପଟ୍ଟନାୟକ, ଭୁଷଣ୍ଡପୁର ଆଂଚଳିକ ଉନ୍ନୟନ କମିଟିର ସଭାପତି   ଶ୍ରୀ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦେଶୀ ପକ୍ଷୀ ସୁରକ୍ଷା ସଂପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ।