Categories
ଆଜିର ଖବର ରାଜ୍ୟ ଖବର

ବାରବାଙ୍କରେ ବିଦ୍ୟୁତ ସଂସ୍ପର୍ଷରେ ଆସି ମା’ ପୁଅ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଷରେ ଆସି ମା’ ଆଉ ପୁଅର ମୃତ୍ୟୁ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ବାରବାଙ୍କ ଗ୍ରାମର ଯଶୋଦା ସାହୁ (୬୫) ଓ ସୁଶାନ୍ତ ସାହୁ (୩୦) ଘରେ ଥିବା ଫ୍ୟାନ୍ ର ବିଦ୍ୟୁତ୍ ସଂସ୍ପର୍ଷରେ ଆସିଥିଲେ। ଫ୍ୟାନରେ କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବାରୁ ମା, ପୁଅ ତାରି ସଂଶ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଚାରମାଳ ପୋଲିସ୍ ଖବର ପାଇ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରଖିଛି। ଏହି ଘଟଣାରେ ଚାରମାଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁକୁ କରି ତଦନ୍ତ ଜାରି ରଖିଛି।