Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଧବା ମହିଳାକୁ ହତ୍ୟା ଅଭିଯୋଗ: ଜଣେ ନାବାଳକ ସମେତ ୪ ଅଟକ, ଠେଙ୍ଗା ଓ ପନିକି ଜବବ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ରାତିରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ଜନୈକା ବିଧବା ମହିଳାକୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ବଡବାହାଳ ପଂଚାୟତ ଲଇଣ୍ଡାମାଳ ମୁଣ୍ଡାପଡ଼ାର ବିଧବା ମହିଳାକୁ ରାତି ୧୦ ଟାରୁ ୧୧ଟା ମଧ୍ୟରେ ଜଣେ ନାବାଳକ ସମେତ ୪ ଜଣ ପନିକି ଓ ଠେଙ୍ଗା ସାହାଯ୍ୟରେ ବନିତାକୁ ହତ୍ୟା କରାଯାଇଛି। ଏକ ପ୍ରେମ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ମୃତ ବିଧବା ମହିଳା ବନିତାର ଭାଇ ଗ୍ରାମର ହରି ମିର୍ଦ୍ଧାର ଝିଅକୁ ପ୍ରେମକରି ବିବାହ ହୋଇଥିଲେ। ଏହାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଗତକାଲି ସଂଧ୍ୟାରେ ମଧ୍ୟ ଗଣ୍ଡଗୋଳ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ କାଲି ରାତିରେ ହରି ମିର୍ଦ୍ଧା ତାର ନାବାଳକ ପୁଅ ସମେତ ଅନ୍ୟ ୨ ସହଯୋଗୀ ସହ ୪ ଜଣ ମିଶି ବିଧବା ମହିଳାକୁ ଘର ଭିତରେ ହିଁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ୪ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ କୁ ଡ଼କାଯାଇଥିବା ସୂଚନା ରହିଛି।